ମାଲେଗାଓଁ ବିସ୍ଫୋରଣ ମାମଲାରେ କୋର୍ଟରେ ଶୁଣାଣି ଚାଲିଛି
ମହାରାଷ୍ଟ୍ର ମାଲେଗାଓଁ ବିସ୍ଫୋରଣ ମାମଲାରେ ଆଜି ଏନଆଇଏର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇଛନ୍ତି । ୨୦୦୮ ମସିହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ବିଜେପିର ପୂର୍ବତନ ସାଂସଦ ସାଧ୍ୱୀ ପ୍ରଜ୍ଞା, ଲେଫ୍ଟାନାଣ୍ଟ କର୍ନଲ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣଙ୍କ ବିରୋଧରେ ଏନେଇ ମାମଲା ଚାଲିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ସାଧ୍ୱୀପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ଏନଆଇଏ କୋର୍ଟ ସାଧ୍ୱୀ ପ୍ରଜ୍ଞା ଓ କର୍ନଲ ପୁରୋହିତଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି କି, ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ନାର୍ହି । ଏହାସହ ଯାଂଚ କରୁଥିବା ଏଜେନ୍ସି ପ୍ରମାଣ କରିପାରିନାହିଁ କି, ଯେଉଁ ମୋଟରସାଇକେଲ ମାଧ୍ୟମରେ ବିସ୍ଫୋରଣ କରାଯାଇଥିଲା ତାହା ସାଧ୍ୱୀପ୍ରଜ୍ଞାଙ୍କର ବୋଲି ।