ହୀରାକୁଦ ଜଳସ୍ତର ଲଗାଣ ବର୍ଷାରେ ବଢ଼ୁଛି

ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ହୀରାକୁଦ ଜଳସ୍ତର ୬୧୭.୩୩ ଫୁଟ୍ ରହିଛି। ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ଜଳସ୍ତର। ବୁର୍ଲାରେ ୬୭ ମିମି, ହୀରାକୁଦରେ ୬୫ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଏଭଳି ଆଗକୁ ଲାଗି ରହିଲେ ଖୋଲିବ ହୀରାକୁଦ ଗେଟ୍। ଛଡ଼ାଯିବ ବନ୍ୟାପାଣି। ଉପରମୁଣ୍ଡରେ ବି ବର୍ଷା ଳାଗି ରହିଛି ଯାହା ପାଇଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର। ଏହା ସହ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ମଧ୍ୟ ଲାଗି ରହିଛି।