ଓଏଏସ୍ ସାରସ୍ୱତଙ୍କୁ ସମ୍ବର୍ଦ୍ଧନା
ରାଜକନିକା : ରାଜକନିକା ବ୍ଲକ୍ ଓଳାଭର ଯୁବକ ସଂଘ ପକ୍ଷରୁ ସୋମବାର ଦିନ ଓଳାଭର କାଳୀପୂଜାରେ ଅନୁଷ୍ଠିତ ଯାତ୍ରା ମଞ୍ଚରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଓଳାଭର, ବଳରାମପୁର ମାଟିର ପୁଅ ସାରସ୍ୱତ ସାହୁଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଓଳାଭର ଯୁବକ ସଂଘ ସମ୍ପାଦକ ଶ୍ରୀନିବାସ ଓଝା, ସଭାପତି ପ୍ରଫୁଲ୍ଲ ପୃଷ୍ଟି ଓ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।