ମୁଗଦେବା ପାଇଁ ଚାଷୀଙ୍କର ପଞ୍ଜିକରଣ
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା କୃଷି ସମବାୟ ସମିତିରେ ମୁଗମଣ୍ଡି ଉଦ୍ଘାଟନ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଚାଷୀମାନେ ମୁଗ, ବିରି, ଚିନାବାଦାମ ଆଦି ସମିତିରେ ବିକ୍ରୟ କରିବା ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ବହୁସଂଖ୍ୟକ ଚାଷୀ ନିଜର ମୁଗ ବିରିକୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରୟ କରି ଲାଭବାନ୍ ହେବେ ବୋଲି ସମିତିର ସଭାପତି ଅଯୋଧ୍ୟାନାଥ ବିଶ୍ୱାଳ ପ୍ରକାଶ କରିଛନ୍ତି । ଏହି ମଣ୍ଡି ଉଦ୍ଘାଟନ ସମୟରେ ଉପସଭାନେତ୍ରୀ ମମତାମୟୀ ସ୍ୱାଇଁ, ନିଦେ୍ର୍ଦଶକ ବିଜୟ କୁମାର ସ୍ୱାଇଁ, ସୁକାନ୍ତ କୁମାର ପ୍ରଧାନ, ସୁବାଷ ଚନ୍ଦ୍ର ରାଉତ, ସୁଲୋଚନ ବରାଳ, ପ୍ରକାଶ ଚନ୍ଦ୍ର ସାମଲ, ନୀଳମାଧବ ରାଉତ, ବାବୁଲି ମଳିକଙ୍କ ସମେତ ସମିତିର ଭାରପ୍ରାପ୍ତ ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ରାଜେନ୍ଦ୍ର ପ୍ରଧାନ, ନିରାକାର ନାୟକ, ସନ୍ତୋଷ କୁମାର ସାହୁ, ନରହରି ବାରିକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ ।