ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର 

ରାଜନଗର: ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷଚନ୍ଦ୍ର ଗୁଡିଆ, ବିଡିଓ ଅଜିତନାରାୟଣ ପ୍ରସାଦ ଗିରି, ତହସିଲଦାର ଅଜୟ ମହାନ୍ତି, ଜନଶୁଣାଣୀ ଅଧିକାରୀ ପଲ୍ଲବୀ ପ୍ରିୟଦର୍ଶନୀ, ସରପଞ୍ଚ ସ୍ୱର୍ଣ୍ଣଲତା ମଣ୍ଡଳ ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଶିବିରରେ ମୋଟ ୨୧୨ଟି ଅଭିଯୋଗ ମଧ୍ୟରୁ ୨୦୪ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ, ୮ଟି ସାମୂହିକ ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ, ଭତ୍ତା, ଘରବାଡି ପଟ୍ଟା, ନଭେମ୍ବର ମାସଠାରୁ ଏଯାବତ୍ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଛତୁଆ ଆଦି ମିଳି ନଥିବା ଅଭିଯୋଗ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ହେଉନଥିବା ଅଭିଯୋଗ ହୋଇଥିଲା । ଏହି ଶିବିରକୁ ଜିପିଇଓ ଧର୍ମେନ୍ଦ୍ର ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶାରଦା ନାୟକ, ସମାଜ ମଙ୍ଗଳ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।