ଆଦାୟ ହେଉଛି ଅଧିକ ଭଡ଼ା

ଢେଙ୍କାନାଳ:  ଭୁବନେଶ୍ୱରରୁ ଢେଙ୍କାନାଳ କାମାକ୍ଷାନଗର ରୁଟ୍ ଦେଇ ବିଭିନ୍ନ ଜିଲ୍ଲାକୁ ଚଳାଚଳ କରୁଥିବା ଓଏଏସ୍ଆରଟିସିର ସରକାରୀ ବସ୍ ସାଧାରଣଯାତ୍ରୀମାନଙ୍କୁ ଜୁଲମ୍ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ସଂପୃକ୍ତ ବସରେ କଣ୍ଡକ୍ଟର କିଛି ଯାତ୍ରୀଙ୍କୁ ଠାରୁ ଧାର୍ଯ୍ୟ ଠାରୁ ଅଧିକ ଭଡା ଆଦାୟ କରୁଛନ୍ତି । ସୂଚନା ମୁତାବକ, ଗତ ୯ ତାରିଖ ସକାଳ ୧୦.୩୦ ମିନିଟ୍ ସମୟରେ କାମାକ୍ଷାନଗର ପଟରୁ ଢେଙ୍କାନାଳ ଦେଇ ଭୁବନେଶ୍ୱରରେ ଯାଉଥିବା ଓଏଏସଆରଟିସିର ବସ୍(ଓଡି୦୨ବିଏସ୍୦୪୨୭)ରେ କିଛି ଯାତ୍ରୀ କାମାକ୍ଷାନଗରରୁ ପଣ୍ଡୁଆ ଓ କମଗରା ପର୍ଯ୍ୟନ୍ତ ଆସିଥିଲେ । ସେହି ଗାଡିର  କଣ୍ଡକ୍ଟର ଜଣକ କାମାକ୍ଷାନଗରରୁ ଢେଙ୍କାନାଳ ପର୍ଯ୍ୟନ୍ତ ଧାର୍ଯ୍ୟ ଭଡା ୩୭ ଟଙ୍କା ଥିବାବେଳେ ଯାତ୍ରୀମାନଙ୍କୁ ପଣ୍ଡୁଆ ଓ କମଗରାକୁ ୪୦ଟଙ୍କା ମାଗି ନେଇଥିଲେ । ପ୍ରତି ବଦଳରେ ଯାତ୍ରୀମାନେ ରସିଦ ମାଗିବାରୁ ରସିଦ ନ ଦେଇ ସେମାନଙ୍କ ସହ କଣ୍ଡକ୍ଟର ଓଲଟା ଯୁକ୍ତିତର୍କ କରିଥିଲେ । ଏଥିସହ ବାଟରେ ବସ୍ ରହିବା ନିୟମ ନାହିଁ, ତେଣୁ ସେମାନେ କୌଣସି ବି ଯାତ୍ରୀଙ୍କୁ ଉଠାଇ ପାରିବେନି ଅବା ଓହ୍ଲାଇ ପାରିବେନି କହିବା ସହ ସେଥିପାଇଁ ଲୋକାଲ ଯାତ୍ରୀଙ୍କ ଠାରୁ ଅଧିକ ଭଡା ନେଉଥିବା ଭଳି ବିତଣ୍ଡା ଯୁକ୍ତି କରିଥିଲେ ।  ଯାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ବାଟରେ ଯଦି ସରକାରୀ ବସ୍ ରହିବା ନିୟମ ନାହିଁ, ତେବେ ସେ ସବୁ ଯାତ୍ରୀମାନଙ୍କୁ ନବା ଆଣିବା କରୁଛ କେମିତି? ଯଦି କରୁଛ ଉପଯୁକ୍ତ ଭଡା ବଦଳରେ ଅଧିକ ଭଡା ନେଉଛ କାହିଁକି? ଭଡା ନେବା ପରେ ପ୍ରାପ୍ୟ ରସିଦ ଦେଉନ କାହିଁକି ? ଏବଂ ରସିଦ ବିହିନ ନେଉଥିବା ଭଡା ଟଙ୍କା ଯାଉଛି କୁଆଡେ?  ଏହା କ’ଣ ସରକାର ନେଉଛନ୍ତି ଅବା କଣ୍ଡକ୍ଟର ଓ ବସ କର୍ମଚାରୀ ଭାଗ ବାଣ୍ଟି ନେଉଛନ୍ତି ବୋଲି ଯାତ୍ରୀମାନେ ସଂପୃକ୍ତ ବସ୍ କଣ୍ଡକ୍ଟରଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ କଣ୍ଡକ୍ଟର ଜଣକ ଉତ୍କ୍ଷିପ୍ତ ହୋଇ ଯାତ୍ରୀମାନଙ୍କୁ ବସ୍ ଓ ଭଡା ଆଇନ ଆଦିର ପାଠ ପଢାଇଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ଢେଙ୍କାନାଳ ଆରଟିଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ମାତ୍ର କୌଣସି କାରଣରୁ ଏହା ସମ୍ଭବ ହୋଇ ପାରିନଥିଲା । ବିଭାଗୀୟ ଅଧିକାରୀ ଭାବରେ ଆରଟିଓ ଘଟଣାର ଅନୁଧ୍ୟାନ କରି ସଂପୃକ୍ତ କଣ୍ଡକ୍ଟର ଓ ବସ୍ କର୍ମଚାରୀମାନଙ୍କୁ ସଚେତନ କରାଇବା ସହ ସାଧାରଣ ଯାତ୍ରୀମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗଡେର ସିଇଓ ତଥା ପରିଚାଳନା ନିଦେ୍ର୍ଦଶକ ସନ୍ଦୀପ ଧୀର, ବରୁଣ ସାହୁଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ବରୁଣଙ୍କ ସଫଳତା ପାଇଁ ଆମେ ଅତ୍ୟନ୍ତ ଗର୍ବିତ ଏବଂ ଚଳିତ ବର୍ଷ ଶେଷରେ ଫ୍ରାନ୍ସର ଲିଓନରେ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଥିବାରୁ ଆମେ ତାଙ୍କର ସଫଳତା କାମନା କରୁଛୁ । ପ୍ରତିଭାକୁ ଚିହ୍ନିବା ଏବଂ ନିରନ୍ତର ଶିକ୍ଷାର ସଂସ୍କୃତିକୁ ପ୍ରୋସôାହିତ କରିବା ପାଇଁ ଟିଏସ୍ଟିଏସ୍ଏଲ୍ ପ୍ରତିଶ୍ରୁତିବଦ୍ଧ । ମାନବ ସମ୍ବଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟିଏସ୍ଟିଏସ୍ଏଲ୍, ବରୁଣଙ୍କ ଭଳି ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ଏକ ସମୟୋପଯୋଗୀ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବାକୁ ସମର୍ପିତ ରହିଛି ।