‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍’ ପୁସ୍ତକ ଉନ୍ମୋଚିତ

 ଭୁବନେଶ୍ୱର : ଯୁବ ସାମାଜିକ ପରିବର୍ତ୍ତନ ପ୍ରଣେତା ତଥା ଯୁବ ଲେଖକ ହୃଦାନନ୍ଦ ପୃଷ୍ଟିଙ୍କ ଦ୍ୱାରା ଲିଖିତ ପ୍ରେରଣାଦାୟୀ ପୁସ୍ତକ ‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍ - ଏ ୟୁଥ୍ସ ପର୍ସ୍ପେକ୍ଟିଭ୍ ଅନ୍ ଲାଇଫ୍’ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ମହିଳା ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ ପରିସରରେ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡଃ କିରଣ ବେଦୀ, ୟୁପିଏସ୍ସି ପୂର୍ବତନ ଅଧ୍ୟକ୍ଷ ପ୍ରୀତି ସୁଦାନ, ଅବସରପ୍ରାପ୍ତ ଆଇଏଫ୍ଏସ୍ ଅମରେନ୍ଦ୍ର ଖଟୁଆ, ନୂଆଦିଲ୍ଲୀ ଓଡ଼ିଆ ସମାଜ ସଭାପତି ସିଦ୍ଧାର୍ଥ ପ୍ରଧାନ, ଆଜିଟିୟୁଡବ୍ଲୁ୍ୟ କୁଳପତି ପ୍ରଫେସର ରଞ୍ଜନା ଝା ପ୍ରମୁଖ ଉପସ୍ଥିତ ଥିଲେ । ମୂଲ୍ୟବୋଧ ସମ୍ପନ୍ନ ଜୀବନଯାପନ ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଲେଖକଙ୍କ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତାକୁ ଅତିଥିମାନେ ପ୍ରଂଶସା କରିଥିଲେ । ‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍ - ଏ ୟୁଥ୍ସ ପର୍ସ୍ପେକ୍ଟିଭ୍ ଅନ୍ ଲାଇଫ୍’ କେବଳ ଏକ ପୁସ୍ତକ ନୁହେଁ - ଏହା ଆଜିର ଜଟିଳ ଦୁନିଆରେ ସ୍ପଷ୍ଟତା, ଉଦେ୍ଦଶ୍ୟ ଏବଂ ପରିପୂର୍ଣ୍ଣତା ଖୋଜୁଥିବା ଯୁବ ମନ ପାଇଁ ଏକ ଆଲୋକବର୍ତ୍ତିକା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହାର ପ୍ରତ୍ୟେକ ପୃଷ୍ଠାରେ ଏକ କାଳଜୟୀ ସତ୍ୟ ‘ପ୍ରକୃତ ଖୁସି ଭିତରୁ ଆସେ’ ଉକ୍ତିଟି ପ୍ରତିଫଳିତ ହେଉଛି, ଯାହା ପାଠକଙ୍କୁ ଅର୍ନ୍ତନିହିତ ଆନନ୍ଦ ଓ ଆତ୍ମ ଅନ୍ୱେଷଣ ପାଇଁ ପ୍ରେରିତ କରିବ ବୋଲି ପୁସ୍ତକର ଲେଖକ ହୃଦାନନ୍ଦ ପୃଷ୍ଟି କହିଥିଲେ ।