ଭାରତ-କାନାଡା ଦ୍ୱିପାକ୍ଷିକ ସମ୍ପର୍କ
କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବେ ମାର୍କ କାର୍ନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶାସକ ଲିବେରାଲ ପାର୍ଟି ତାଙ୍କୁ ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ସ୍ଥାନରେ ଦେଶର ନୂତନ ଶାସନ ମୁଖ୍ୟ ଭାବେ ନିର୍ବାଚିତ କରିଛି । ଶାସକ ଲିବେରାଲ ପାର୍ଟି ତାଙ୍କୁ ୮୫.୯ ପ୍ରତିଶତ ଭୋଟ ଦେଇ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛି । ଏହା ନିସନେ୍ଦହ ଯେ, ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଭାବେ କାର୍ନେ ଅଧିକ ଭୋଟ ପାଇ ଦଳ ଏବଂ ଦେଶର ସବୁଠୁ ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ତାଙ୍କ ନେତୃତ୍ୱ ଏବେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ । ସେ ଏଭଳି ଏକ ଘଡିସନ୍ଧି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯେଉଁ ସମୟରେ ଭାରତ ସହ କାନାଡାର ସମ୍ପର୍କ ତିକ୍ତ ହୋଇଛି ଏବଂ କାନାଡାକୁ ୫୧ତମ ରାଜ୍ୟ ଭାବେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଘୋଷଣା କରିଛନ୍ତି । ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ଶାସନ ଅମଳରେ ଅବନତି ଘଟିଥିବା ଭାରତ କାନାଡା ସମ୍ପର୍କ ପୁନଃ ପ୍ରତିଷ୍ଠା କରିବା କାର୍ନେଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ଦୁଇ ଦେଶ ମଧ୍ୟରେ କୁଟନୈତିକ ଓ ବାଣିଜି୍ୟକ ସମ୍ପର୍କ ପୂର୍ବାବସ୍ଥାକୁ ଫେରାଇ ଆଣିବା କାର୍ନେଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ବୋଲି କୁହାଯାଇପାରିବ । ଉଲ୍ଳେଖ କରାଯାଇପାରେ ଯେ, ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ୍ ସିଂହ ନିଜ୍ଜାରଙ୍କ ହତ୍ୟାକୁ ନେଇ ଭାରତ-କାନାଡା ସମ୍ପର୍କ ତିକ୍ତ ହୋଇପଡିଥିବାବେଳେ ଖାଲିସ୍ଥାନୀ ସମର୍ଥକଙ୍କୁ ଭାରତ ବିରୋଧୀ କାର୍ଯ୍ୟକଳାପକୁ ଟ୍ରୁଡୁ ପ୍ରଶାସନ ଆଖିବୁଜି ପ୍ରଶ୍ରୟ ଦେବା ଦୁଇ ଦେଶର ସମ୍ପର୍କରେ ଭଟ୍ଟା ପକାଇଥିଲା । ଭାରତ ବିରୋଧରେ ବିଦେଶ ମାଟିରେ ସକ୍ରିୟ ଥିବା ଖାଲିସ୍ଥାନୀ ସମର୍ଥକଙ୍କୁ ନିୟନ୍ତ୍ରଣ କରିବା ଏବେ କାନାଡା ପାଇଁ ତଥା କାର୍ନେ ସରକାରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ସଦୃଶ ଉଭା ହୋଇଛି । ଅବଶ୍ୟ ନିର୍ବାଚନ ସମୟରେ ଭାରତ-କାନାଡା ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ତେବେ କେବଳ କଥାରେ ନୁହେଁ, କାର୍ନେଙ୍କୁ କାମରେ ଦେଖାଇବାକୁ ହେବ । ଖାଲିସ୍ଥାନୀ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏବେ ତିକ୍ତ ହୋଇପଡିଥିଲା ଯେ, ଦୁଇ ଦେଶରେ ବାଣିଜ୍ୟ ଆଲୋଚନା ବନ୍ଦ ହୋଇଯାଇଥିବାବେଳେ ଉଭୟ ଦେଶକୁ କୁଟନୀତିଜ୍ଞମାନଙ୍କୁ ବହିଷ୍କାର କରିବାକୁ ପଡିଥିଲା । ଆତଙ୍କବାଦ ବିରୁଦ୍ଧରେ ଲଢେଇ ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ପରସ୍ପର ଉପରେ ବିଶ୍ୱାସ ଆସ୍ଥା ସୃଷ୍ଟି ଦୀର୍ଘ ସମୟ ଲାଗିପାରେ । ଏହା ସତ୍ୟ ଯେ, ଭାରତୀୟ ଛାତ୍ରଛାତୀଙ୍କ ପାଇଁ କାନାଡା ଏବେ ଅଧ୍ୟୟନରେ ମୁଖ୍ୟ କ୍ଷେତ୍ର ଏବଂ କାନାଡା ପାଇଁ ମୁଖ୍ୟ ଆୟର ସୂତ୍ର ଭାବେ ପରିଚିତ । କିନ୍ତୁ ଭାରତୀୟ ଛାତ୍ରଙ୍କ ପାଇଁ ଭିସା କଟକଣା ଏବଂ ଅଧ୍ୟୟନ ପରବର୍ତ୍ତୀ କର୍ମନିଯୁକ୍ତି କଟକଣାକୁ କାର୍ନେ ସରକାର ସୁଧାରିବା ଜରୁରି । ସେହିପରି ଦ୍ୱିପାକ୍ଷିକ ବାଣିଜ୍ୟକୁ ଗତିରୋଧ କରିଥିବା ପାରିପାଶ୍ୱିର୍କ ଅବସ୍ଥାକୁ ସୁଧାରିବା କାର୍ନେଙ୍କ ପରି ଖ୍ୟାତନାମା ଅର୍ଥନୀତିଜ୍ଞ ପାଇଁ ଅସମ୍ଭବ ହୋଇନପାରେ । ଭାରତ ପରି ସମଭାବାପନ୍ନ ରାଷ୍ଟ୍ରଙ୍କ ସହ କାନାଡା ବାଣିଜ୍ୟ ସମ୍ପର୍କକୁ ସୁଦୃଢ କରିବାକୁ ଚାହେଁ ବୋଲି କାର୍ନେଙ୍କ ମନ୍ତବ୍ୟ ଅଚଳାବସ୍ଥାକୁ ହଟାଇବା ସମ୍ଭବାନା ଉଜ୍ଜ୍ୱଳ । ପୁନଃ ପାରମ୍ପରିକ ଶକ୍ତି, ବୈଷୟିକ ବିଦ୍ୟା ଭିତ୍ତିଭୂମି ଉଭୟ ଦେଶର ଅର୍ଥନୈତିକ ଚୁକ୍ତିକୁ ଆହୁରି ସୁଦୃଢ କରିବା ଆଶା ସଂଚାର କରିଛି । ଅନ୍ୟପକ୍ଷରେ କାନାଡାକୁ ୫୧ତମ ଭାବେ ରାଜ୍ୟ ଭାବେ ଆମେରିକା ଚାହେଁ ବୋଲି ଟ୍ରମ୍ପ ରଖିଥିବା ଆଭିମୁଖ୍ୟଙ୍କୁ କାର୍ନେ କିପରି ମୁକାବିଲା କରିବେ, ତାହାକୁ ସମଗ୍ର ବିଶ୍ୱ ଏବେ ଚାତକ ଭାବେ ଅପେକ୍ଷା କରିଛି । କାନାଡାର ଆମଦାନି ଉପରେ ଟ୍ରମ୍ପଙ୍କ ଶତପ୍ରତିଶତ ଶୁଳ୍କ ଲାଗୁ କରିବା ସମୟରେ ଟ୍ରୁଡୁ ସରକାର ଆମେରିକାର ଆମଦାନି ଉପରେ ମଧ୍ୟ ଅନୁରୂପ ଭାବେ ଶୁଳ୍କ ଲାଗୁ କରିଛି । ତେବେ କାନାଡାର ଏହି ପଦକ୍ଷେପକୁ ନେଇ କାର୍ନେ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ, ତାହାକୁ ମଧ୍ୟ ବିଶ୍ୱବାସୀ ଅପେକ୍ଷା କରିବା ସ୍ୱାଭାବିକ । ତେବେ କାର୍ନେଙ୍କ ପାଇଁ ଅର୍ଥନୈତିକ ଦ୍ୱିପାକ୍ଷିକ ବାଣିଜ୍ୟ ଓ କୁଟନୈତିକ ସମ୍ପର୍କ ପୁନଃ ପ୍ରତିଷ୍ଠା ନିଶ୍ଚିତ ଭାବେ ଏକ ଆହ୍ୱାନ ରୂପେ ଦେଖାଦେବ ।
ମୋ:୯୪୩୭୯୯୪୩୭୯