୨୦ରେ ବିଏମସି, ସିଏମସିରେ ସ୍କୁଲ୍ ଛୁଟି


ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ  । ଏହି ଅବସରରେ ରାଜ୍ୟସ୍ତରୀୟ ସମାବେଶ ସହ ବିଶାଳ ରୋଡ଼ ଶୋ’ର ବି କାର୍ଯ୍ୟକ୍ରମ ରହିଛି  । ବିପୁଳ ଜନ ସମାଗମ ହେବାର ଥିବାରୁ ଟ୍ରାଫିକ୍ ସମସ୍ୟା ବି ଉପୁଜିବ  । ଏହାକୁ ଆଖିଆଗରେ ରଖି ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଟକ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି  ।