୧୪୨୮ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡ଼ି

ଭୁବନେଶ୍ୱର :  ଗୋଲଡ଼େନ ଲ୍ୟାଣ୍ଡ ଗ୍ରୁପ୍ ଅଫ କମ୍ପାନୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ  । ପିଏମଏଲଏ ଆଇନ୍ ଅନୁଯାୟୀ, କମ୍ପାନୀର ୧୪୨୮ କୋଟିର ସମ୍ପତ୍ତିକୁ ଆଟାଚ୍ କରାଯାଇଛି  । ଏଥିରେ କମ୍ପାନୀର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୫ କୋଟି ଟଙ୍କା ମଧ୍ୟ ରହିଛି  । ସେହିପରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଥିବା କମ୍ପାନୀର ୧ ହଜାର ଏକର ଜମିକୁ ବି ଆଟାଚ୍ କରାଯାଇଛି  । ଏଥିମଧ୍ୟରୁ କେତେକ ଜମିରେ ଗୃହ ମଧ୍ୟ ନିର୍ମାଣ କରାଯାଇଛି  । ଯାହାର ବର୍ତ୍ତମାନରଦ୍ଭ ୭ ପୃଷ୍ଠାରେ...

ବଜାର ମୂଲ୍ୟ ୧୪୧୩ କୋଟି ଟଙ୍କା ହେବବୋଲି ଅନୁମାନ କରାଯାଉଛି  । ଏହି କମ୍ପାନୀ ବିରୋଧରେ ସିବିଆଇ ଏତଲା ଦେଇଥିଲା  । ଏହି ଆଧାରରେ ଇଡ଼ି କାର୍ଯ୍ୟାନୁଷ୍ଠାନ  ନେଇଛି  । ଗୋଲଡ଼େନ ଲ୍ୟାଣ୍ଡ ଡେଭଲପର ଓ ଜିଏଲପି ଡେଭଲପର ବିନା ବୈଧ କାଗଜପତ୍ରରେ ସାଧାରଣ ଲୋକଙ୍କ ଠାରୁ ବହୁ କୋଟି ଟଙ୍କା ଉଠାଇ ନେଇଛି  । ଏଥିପାଇଁ ଆରବିଆଇ, ସେବିର ମଧ୍ୟ ଅନୁମତି ନଥିଲା  । ସାଧାରଣ ଲୋକଙ୍କ ଠାରୁ ଟଙ୍କା ନେଇ କମ୍ପାନୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜମି ବେପାର କରୁଥିଲା  । ସ୍ଥାୟୀ ଜମା, ଆରଡ଼ି ଆଦି ଭଳି ସ୍କିମ୍ କରିବା ସହ ନୀରିହ ଲୋକଙ୍କୁ ମିଛ କହି ପ୍ଳଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା  । ତାଙ୍କ କମ୍ପାନୀରେ ଟଙ୍କା ରଖିଲେ ଅଧିକ ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।  ପୂର୍ବରୁ ଏଭଳି ବହୁ ଅଭିଯୋଗ ଆସିଥିବାବେଳେ ଓଡ଼ିଶା, ପଞ୍ଜାବ, ଚଣ୍ଡୀଗଡ଼ ଓ ଦିଲ୍ଲୀରେ ଥିବା କମ୍ପାନୀର ଅନେକ ନିଦେ୍ର୍ଦଶକ ଓ ମାଲିକଙ୍କ ଘରେ ସର୍ଚ୍ଚ ଅପେରସନ୍ କରାଯାଇଥିଲା  । ୨୦୨୪ ଫେବୃଆରୀରେ ଏହି ଚଢ଼ାଉ ଫଳରେ ଅନେକ ଟଙ୍କା ଓ ଗାଡ଼ି ମଧ୍ୟ ଜବତ ହୋଇଥିଲା ବୋଲି ଇଡ଼ି ପକ୍ଷରୁ କୁହାଯାଇଛି  ।