ମିଳିଲା ନୂଆ ନିଯୁକ୍ତି : ୨ ବରିଷ୍ଠ IPS ଅଫିସର ଯିବେ କେନ୍ଦ୍ରୀୟ ଡେପୁଟେଶନରେ
ଭୁବନେଶ୍ୱର : କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍ ଅଫିସର। ବିଏସ୍ଏଫ୍ ଆଇଜି ଭାବେ ଆଇପିଏସ୍ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍ ଅଫିସର ମିତ୍ରଭାନୁ ମହାପାତ୍ର ୫ ବର୍ଷ ଲାଗି ବିଏସ୍ଏଫ୍ ଡିଆଇଜି ଭାବେ ନିଯୁକ୍ତ ହେବେ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ ଜାରି ହୋଇଛି।