ବିସ୍ଥାପିତ ପରିବାରଙ୍କୁ ପଟ୍ଟା ବଣ୍ଟନ

 ପୁରୀ : ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ପକ୍ଷରୁ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମି ସେଣ୍ଟର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବଳବତ୍ତର ରହିଛି । ପ୍ରକଳ୍ପ ନିର୍ମିତ ସ୍ଥାନରେ ପୂର୍ବରୁ ରହି ଆସୁଥିବା ୬୧ଗୋଟି ପରିବାରଙ୍କୁ ବିସ୍ଥାପିତ କରାଯାଇ ୧୨୩୫ ଡ଼ିସିମିଲ ଜମି ସେମାନଙ୍କୁ ଅନ୍ୟତ୍ର ପ୍ରଦାନ କରାଯାଇଛି । ମୋଟ୍ ୫୮ଟି ପରିବାରକୁ ଆଜି ଜମିର ପଟ୍ଟା ବଣ୍ଟନ କରାଯାଇଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବିସ୍ଥାପିତମାନଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ । ପ୍ରକଳ୍ପ ନିର୍ମାଣ ହେଉଥିବା ସ୍ଥାନ ବିସ୍ଥାପିତମାନେ ୭ଦିନ ମଧ୍ୟରେ ପରିତ୍ୟାଗ କରିବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ପଟ୍ଟା ବଣ୍ଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ରାଜ କିଶୋର ଜେନା, ଓବିସିସି ଜେନେରାଲ ମ୍ୟାନେଜର ଗିରିଜା ଶଙ୍କର ନାୟକ, ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ତହସିଲଦାର ଅଭିଷେକ ଦାସ ଓ ରାଜସ୍ୱ କର୍ମଚାରୀମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଅବଢା ଯୋଜନାରେ ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ମତେ ପିଲିଗ୍ରୀମ୍ ସେଣ୍ଟର ନିର୍ମାଣ କାର୍ଯ୍ୟ କରାଯାଉଛି ।