ବାତ୍ୟା ‘ମୋନ୍ଥା' ପାଇଁ ୮ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି ଛୁଟି

ବାତ୍ୟା ‘ମୋନ୍ଥା' ପାଇଁ  ୮  ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର : ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରେଡ଼ ଆଲର୍ଟରେ ଥିବା ୮ଟି ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡ଼ି ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । ବାତ୍ୟା ‘ମୋନ୍ଥା' ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ପାଇଁ ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ମୋଟ୍‌ ୧୨୮ଟି ଟିମ୍‌ ଓଡିଆରଏଫ୍‌, ଏନ୍‌ଡିଆରଏଫ ଏବଂ ଅଗ୍ନିଶମ ବାହିନୀର ଟିମ ନିୟୋଜିତ ହୋଇଛନ୍ତି ।

     ଏଥିରୁ ମାଲକାନଗିରି ଓଡିଆରଏଫ୍‌ ୩ଟି, ଗୋଟିଏ ଏନଡିଆରଫି ଟିମ୍‌ ଏବଂ ୮ଟି ଅଗ୍ନିଶମ ବାହିନୀର ଟିମ୍‌ ସାମିଲ ରହିଛି । ସେହିପରି କୋରାପୁଟରେ ୧୮ ଟିମ୍‌, ନବରଙ୍ଗପୁରରେ ୧୩ଟି ଟିମ୍‌, ଗଜପତିରେ ୧୧ଟି ଟିମ୍‌, ଗଞ୍ଜାମରେ ୨୭ଟି ଟିମ୍‌, କନ୍ଧମାଳରେ ୧୬ଟି ଟିମ୍‌, କଳାହାଣ୍ଡିରେ ୧୬ଟିମ୍‌ ସାମିଲ ରହିଛି । ଆବଶ୍ୟକ ପଡିଲେ ଆହୁରି ଟିମ୍‌ ଦିଆଯିବ ବୋଲି ରାଜ୍ୟ ସରକାର ଓ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।