ଇସ୍ରୋରର ନୂଆ ମିଶନ୍ : ୟୁରୋପୀୟ ସାଟେଲାଇଟ୍କୁ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଗତ କିଛି ବର୍ଷରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି । ମଙ୍ଗଳଯାନ ହେଉ କି ଚନ୍ଦ୍ରଯାନ ଇସ୍ରୋ କମ ଖର୍ଚ୍ଚରେ ସାଟେଲାଇଟ ଲଞ୍ଚ କରିବାରେ ସକ୍ଷମ ହୋଇଛି । ଏହାରି ମଧ୍ୟରେ ଇସ୍ରୋକୁ ଆଉ ଏକ ସଫଳତା ମିଳିବାକୁ ଯାଉଛି । ଆସନ୍ତା ଡିସେମ୍ବର ୪ ତାରିଖରେ ଇସ୍ରୋ ଶ୍ରୀହରିକୋଟା ସ୍ପେଶପୋର୍ଟରୁ ୟୁରୋପୀୟ ମହାକାଶ ଏଜେନ୍ସିର ପ୍ରୋବା-୩ ମିଶନକୁ ଲଞ୍ଚ କରିବାକୁ ଯାଉଛି । ଏହି ମିଶନ ସୂର୍ୟ୍ୟଙ୍କ କୋରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବ । ପ୍ରୋବା-3 ସ୍ପେଶକ୍ରାଫ୍ଟକୁ ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକଲ (PSLV)ରୁ ଲଞ୍ଚ କରାଯିବ । ଇସ୍ରୋର ଏହି ଲଞ୍ଚ ଭେହିକଲରୁ ପୂର୍ବ ରେକର୍ଡ ବେଶ ସଫଳ । 1994 ମସିହାରେ ପ୍ରଥମ ସଫଳ ଲଞ୍ଚ ପରେ ଏହା ଅନେକ ମିଶନକୁ ଲଞ୍ଚ କରିଛି । ପୁରା ବିଶ୍ବ PSLV ଉପରେ ଭରସା କରୁଛି । ଭାରତର ପ୍ରଥମ ଚନ୍ଦ୍ରଯାନ ମିଶନକୁ ମଧ୍ୟ PSLVରୁ ଲଞ୍ଚ କରାଯାଇଥିଲା।