ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଖ୍ୟାତ କବି ଏବଂ ବିଦ୍ୱାନ ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।  ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି “ଶ୍ରୀ ରମାକାନ୍ତ ରଥଙ୍କ କୃତି, ବିଶେଷକରି କବିତା, ସମାଜର ସମସ୍ତ ବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବରେ ଲୋକପ୍ରିୟ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଏହି ଦୁଃଖଦ ମୁହୁର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ମୋର ସମବେଦନା ।