୪ ଦିନ ରେଡ ପରେ ନବ ଦାସଙ୍କ ଘରୁ ଫେରିଗଲା ଆଇଟି ଟିମ୍‌

ଭୁବନେଶ୍ୱର :  ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ୪ ଦିନ ଧରି ଚାଲିଥିବା ଆଇଟି ରେଡ ଶେଷ ହୋଇଛି। ରେଡ ପରେ ଆଇଟି ଟିମ୍‌ ଫେରିଯାଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ରେଡ ପରେ ବ୍ରଜ ଦାସ କିମ୍ବା ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ୪ ବର୍ଷ ତଳେ ବ୍ରଜଙ୍କ ଘରେ ଆଇଟି ରେଡ୍‌ ହୋଇଥିଲା। ଏହା ଦ୍ବିତୀୟଥର ରେଡ ହେଉଛି। ଆୟକର ଟିମ୍‌ ୧୦ଟି ଗାଡ଼ିରେ ଆସି ଚଢ଼ାଉରେ ନିୟୋଜିତ ଥିଲେ। ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା। ଏପରିକି ସମ୍ବଲପୁରସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ମଧ୍ୟ ରେଡ ହୋଇଥିଲା