IT ବିଭାଗର ଏହି ଟିମଙ୍କୁ ମିଳିଥିଲା ବଡ଼ ସଫଳତା, ନିର୍ମଳା ସୀତାରମଣ କଲେ ସମ୍ମାନିତ

IT ବିଭାଗର ଏହି ଟିମଙ୍କୁ  ମିଳିଥିଲା ବଡ଼ ସଫଳତା, ନିର୍ମଳା ସୀତାରମଣ କଲେ ସମ୍ମାନିତ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ IT  ବିଭାଗର ଏକ ଟିମକୁ ସମ୍ମାନିତ କରିଛି । ଏହି ଟିମ୍ ଗତ ବର୍ଷ ଓଡ଼ିଶାରେ ଏକ ଡିଷ୍ଟିଲାରୀ ଗୋଷ୍ଠୀ ବିରୁଦ୍ଧରେ ରେଡ୍ କରିଥିଲା । ଏହି ରେଡ୍ ସମୟରେ ଟିମ୍ ସର୍ବାଧିକ ୩୫୨ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲା ।

ଭାରତୀୟ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ୧୬୫ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନିର୍ମଳା ସୀତାରମଣ ଭୁବନେଶ୍ୱରର IT  ଅନୁସନ୍ଧାନର ମୁଖ୍ୟ ନିର୍ଦ୍ଦେଶକ ଏସ୍‌.କେ ଝା ଏବଂ ଅତିରିକ୍ତ ନିର୍ଦ୍ଦେଶକ ଗୁରପ୍ରିତ ସିଂହଙ୍କ ନେତୃତ୍ୱାଧୀନ ଏକ IT  ଟିମକୁ ‘CBDT ଉତ୍କୃଷ୍ଟା ପ୍ରମାଣପତ୍ର’ରେ ସମ୍ମାନିତ କରିଥିଲେ । ଏହି ଟିମର ୨ ଅନ୍ୟ ସଦସ୍ୟ ଆୟକର ଡେପୁଟି ଡାଇରେକ୍ଟର, ଏଚ୍‌. କେ ଦାସ ଏବଂ ଆୟକର ନୀରିକ୍ଷକ ପି. କେ ସିଂହଙ୍କୁ ପ୍ରମାଣ ପତ୍ର ପ୍ରଦାନ କରଥିଲେ । ଆୟକର ବିଭାଗର ପ୍ରଶାସନିକ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍‌(CBDT) ଦ୍ୱାରା ପ୍ରଥମ ଥର ପାଇଁ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଦେଶର କରଦାତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇ କହିଛନ୍ତି, ‘ମୁଁ ଆପଣଙ୍କ ଭଳି ସଚ୍ଚୋଟ କରଦାତାଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛି ଯେଉଁମାନଙ୍କ କଲ୍ୟାଣ ବିକାଶ ଏବଂ ଆକାଂକ୍ଷା ଯୋଗୁଁ ଆଜି ଭାରତର ଅର୍ଥବ୍ୟବସ୍ଥା ଚାଲୁଛି ।’