ସବଡିଭିଜନ ପାଇଁ ଜନସ୍ୱାର୍ଥ ମାମଲା ଖାରଜ


ପଟ୍ଟାମୁଣ୍ଡାଇ: ସଂପ୍ରତି ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା ପ୍ରସଙ୍ଗ ନେଇ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଉଚ୍ଚନ୍ୟାୟାଳୟ ଖାରଜ କରିଦେଇଛନ୍ତି । ପଟ୍ଟାମୁଣ୍ଡାଇ- ରାଜନଗର ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଥିବା ଜନସ୍ୱାର୍ଥମାମଲାରେ ଉଲ୍ଲେଖ କରାଯାଇଥିଲା କି ୧୯୯୩ ରେ ଜିଲ୍ଲା ପୁନର୍ଗଠନ ସମୟରେ କେନ୍ଦ୍ରାପଡା କଟକ ଜିଲ୍ଲାର ଏକ ସବଡିଭିଜନ ଥିଲା । ତେବେ କେନ୍ଦ୍ରାପଡା ଜିଲ୍ଲାର ମାନ୍ୟତା ପାଇବାପରେ ଜିଲ୍ଲାର ମୁଖ୍ୟ ସହର ଭାବେ ଗଢିଉଠିଥିବା ପଟ୍ଟାମୁଣ୍ଡାଇକୁ ସବଡିଭିଜନର ମାନ୍ୟତା ପ୍ରଦାନ କରାଯିବାର ପ୍ରାସଙ୍ଗିକତା ରହିଛି । ଏହି ଅଂଚଳର ବହୁଲୋକ ଦିଲ୍ଲୀ ସମେତ ଦେଶର ଛୋଟବଡ ସହର ଏବଂ ମଧ୍ୟପ୍ରାଚ୍ୟ , ଇଂଲଣ୍ଡ , କମନୱେଲ୍ଥ ଦେଶରେ ପାଣିପାଇପ କାର୍ଯ୍ୟରେ ମଧ୍ୟ ନିଜର ଉକôର୍ଷତା ପ୍ରତିପାଦନ କରିପାରିଛନ୍ତି । ପଟ୍ଟାମୁଣ୍ଡାଇ ରାଜ୍ୟର ଏକ ବିତଶାଳି ଅଞ୍ଚଳଭାବେ ପରିଚୟ ସୃଷ୍ଟି କରିପାରିଛି । ବିଭିନ୍ନ ଅଞ୍ଚଳରୁ ଓ ଗ୍ରାମାଞ୍ଚଳରୁ ଲୋକମାନେ ଏହି ସହରକୁ ଆସି ବସତି ସ୍ଥାପନ କରୁଛନ୍ତି । କ୍ରମଶଃ ଏହା ଏକ ବିରାଟ ସହରରେ ପରିଣତ ହୋଇସାରିଛି । ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା ପାଇଁ ୪ଟି ପଞ୍ଚାୟତର ଲୋକମାନେ ଦାବିକରୁଥିବା ମାମଲାର ଦର୍ଶାଯାଇଥିଲା । ସରକାରଙ୍କ ନିକଟରେ ମଧ୍ୟ ଏହି ପ୍ରସଂଗ ବିଚାରଧିନ ରହିଥିବା କୁହାଯାଇଥିଲା । କିନ୍ତୁ ରାଜନୈତିକ ଛକାପଂଞ୍ଜା କାରଣରୁ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା ହୋଇପାରୁନାହିଁ ବୋଲି ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ଜନସ୍ୱାର୍ଥମାମଲାରେ ଦର୍ଶାଇଥିଲା । ପଟ୍ଟାମୁଣ୍ଡାଇକୁ ସବଡିଭିଜନ ମାନ୍ୟତାଦେବାକୁ ସମସ୍ତ ଭିତିଭୂମି ଥିବାରୁ ରାଜ୍ୟସରକାରଙ୍କୁ ନିଦେ୍ର୍ଦଶ ଦେବାପାଇଁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା । ପୂର୍ବରୁ ଉଚ୍ଚନ୍ୟାୟାଳୟ ଏହି ପ୍ରସଙ୍ଗରେ ନିଷ୍ପତି ନେବା ପାଇଁ
ରାଜ୍ୟସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ବୋଲି ମାମଲାରେ ଦର୍ଶାଯାଇଥିଲା । ତେବେ ପଟ୍ଟାମୁଣ୍ଡଇ- ରାଜନଗର ବିକାଶପରିଷଦ ପକ୍ଷରୁ ଦାୟର ମାମଲା ଡବ୍ଲୁ୍ୟ.ପି. (ସି) ନଂ-୬୧୮୦ ଅଫ ୨୦୨୪ ପିଟିସନକୁ ଖାରଜ କରିଦେବା ସହିତ ଏହା ରାଜ୍ୟ ସରକାରଙ୍କ ପଲିସ ଅର୍ନ୍ତଭୁକ୍ତ ହୋଇଥିବାରୁ ସରକାର ଏହି ପ୍ରସଙ୍ଗରେ ନିଷ୍ପତିନେବେ ବୋଲି ମୁଖ୍ୟ ବିଚାରପତି ମାନ୍ୟବର ଚକ୍ରଧାରୀ ଶରଣ ସିଂହ ଓ ମାନ୍ୟବର ଜଜ୍ ଏସ.ଏସ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପିଠ ତାଙ୍କ ରାୟରେ ଦର୍ଶାଇଛନ୍ତି ।