ଶିଶୁ ଶିକ୍ଷା ସଦନର ବାର୍ଷିକୋତ୍ସବ 

ଜଟଣୀ : ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ମହତାବନଗର ଠାରେ ଅବସ୍ଥିତ ଶିଶୁ ଶିକ୍ଷା ସଦନ ବିଦ୍ୟାଳୟର ବାର୍ଷିକୋତ୍ସବ ମହାଆଡମ୍ବର ସହକାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଭୁବନେଶ୍ୱର ବ୍ଲକ୍ ଅଧକ୍ଷ ତଥା ରାଜ୍ୟ ସ୍କାଉଟ୍ ଓ ଗାଇଡ୍ ର ଆସିଷ୍ଟାଣ୍ଟ କମିଶନର ଦୁଃଶାସନ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ସହକାରୀ ନିଦେ୍ର୍ଦଶକ ଶାରିରୀକ ଶିକ୍ଷା ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ଓଡ଼ିଶା ଜ୍ୟୋତିପ୍ରକାଶ ପରିଡା, ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ର ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ଯୋଗଦେଇଥିଲେ । ଏହି ଅବସରରେ ସ୍କୁଲ ପରିଚାଳନା କମିଟି ନୂତନ ସଭାପତି ଭୁବନ ମୋହନ ପଟ୍ଟନାୟକଙ୍କୁ ସ୍ୱାଗତ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ସଂଘମିତ୍ରା ପାଟ୍ଟଶାଣୀ ମାନପତ୍ର ପାଠ କରିଥିଲେ । ଶିକ୍ଷାନୁଷ୍ଠାନର ସମ୍ପାଦକ ଅନନ୍ତ ପ୍ରସାଦ ପାଟ୍ଟଶାଣୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ନାଟକ ପ୍ରଦର୍ଶନ କରାଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ପ୍ରଭାତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।