ଭୋଟ ଦେଲେ ଜଗନ୍ନାଥ ସାରକା

ଭୋଟ ଦେଲେ ଜଗନ୍ନାଥ ସାରକା

ବିଷମକଟକ: ସୋମବାର ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ନିର୍ଗୁଣ୍ଡି ମତଦାନ କେନ୍ଦ୍ରରେ ଭୋଟ୍‌ ଦେବାକୁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇଥିଲେ। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଠାରେ ମତଦାନ ପ୍ରକ୍ରିୟା ୩୦ ମିନଟ୍‌ ବିଳମ୍ବରେ ହୋଇଥିଲା। ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ବିଜେଡି ବିଧାୟକ ଜଗନ୍ନାଥ ସାରକା ପ୍ରଥମେ ଝିଜିଡି ପଞ୍ଚାୟତ ନିର୍ଗୁଣ୍ଡି ବୁଥ୍‌ରେ ନିଜର ମତ ସାବ୍ୟସ୍ତ କରିଛନ୍ତି।

ଆଜି ଓଡ଼ିଶାରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି  ଚାଲିଛି ମତଦାନ। ଓଡ଼ିଶାରେ ଆଜି ପ୍ରଥମ ପର୍ୟ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର ମତଦାନ କରିବେ । ଏମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ପୁରୁଷ ଏବଂ ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏହି ପର୍ୟ୍ୟାୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସେହିପରି ୧ ଲକ୍ଷ ୭୫ ହଜାର ଯୁବ ଭୋଟର ରହିଛନ୍ତି । ଏହି ପର୍ୟ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ । ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି ।

ସେହିପରି ୪ଟି ପର୍ୟ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।