ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା

ପୁରୀ: ମହାପ୍ରଭୁଙ୍କ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ 9 ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । 9.15 ରେ ମଙ୍ଗଳାର୍ପଣ ପରେ 9.30 ରୁ ପହଣ୍ଡି । ମଧ୍ୟାହ୍ନ 12.30 ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ । 2.30 ରୁ 3.30 ମଧ୍ୟରେ ଛେରାପହଁରା ନୀତି । ଚାରମାଳ ଫିଟାଯାଇ ଅପରାହ୍ନ 4 ଟାରେ ହେବ ରଥଟଣା ।