ବ୍ଲକଶିକ୍ଷା କାର୍ଯ୍ୟାଳୟ ହିସାବ ରକ୍ଷକ ଓ ଏମଆଇଏସଙ୍କ ଆନେ୍ଦାଳନ, କାର୍ଯ୍ୟ ବାଧାପ୍ରାପ୍ତ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ହିସାବ ରକ୍ଷକ ଓ ଏମ.ଆଇ.ଏସ. ସଂଯୋଜକମାନଙ୍କ ଆନେ୍ଦାଳନ ଅବ୍ୟାହତ ରହିଛି । ଦୀର୍ଘ ୧୨ ବର୍ଷ ଧରି ଠିକାରେ କାର୍ଯ୍ୟ କରିଆସୁଥିବା ଏହି ବର୍ଗ କର୍ମଚାରୀମାନଙ୍କ ଚାକିରି ସ୍ଥାୟୀ କରିବା ଓ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା ୨ ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନେ୍ଦାଳନ ସହ ଧାରଣା ଗତ ୨୯ ତାରିଖରୁ ଆରମ୍ଭ ହୋଇଛି । ରାଜ୍ୟ ସଙ୍ଗଠନ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଆନେ୍ଦାଳନରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବହୁ କର୍ମଚାରୀ ସାମିଲ ହୋଇଥିବାରୁ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ୨୩ ଦିନ ଧରି କାର୍ଯ୍ୟବନ୍ଦ ସହ ଧାରଣାରେ ଯୋଗଦେଇଥିବା କର୍ମଚାରୀମାନଙ୍କ ଅଭାବ କାର୍ଯ୍ୟାଳୟରେ ଅନୁଭୁତ ହୋଇଛି । ଇତି ମଧ୍ୟରେ ବିଭିନ୍ନ ଶିକ୍ଷକ ସଙ୍ଗଠନ ଠିକା କର୍ମଚାରୀଙ୍କ ଆନେ୍ଦାଳନ ପ୍ରତି ସମର୍ଥନ ଜଣାଇଥିବାରୁ ଆନେ୍ଦାଳନ କ୍ରମେ ତୀବ୍ରତର ହେଉଛି । ସରକାର ଏହି ବର୍ଗ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।