୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ : କଳାହାଣ୍ଡିରେ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର : ମାର୍ଚ୍ଚ ୩୦ରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଏହି ଯୋଜନା  । ୫୦ ହଜାର ଲୋକଙ୍କୁ ଯୋଜନାରେ ସାମିଲ୍ କରାଯିବ  । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ  ।
ଏଥିପାଇଁ ଅନଲାଇନ ଆବେଦନ ଖୋଲିବ  । ଫୋନ୍ ନମ୍ବର ୦୬୭୪୬୮୧୭୭୭୭ ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ପଞ୍ଜିକୃତ କରିପାରିବେ  । ପଞ୍ଚାୟତ ମାଧ୍ୟମରେ ବିଡ଼ିଓଙ୍କ ସହିତ ଯୋଗାଯୋଗ ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି  । ଏହି ଯୋଜନାରେ ଆସନ୍ତା ୩ ବର୍ଷରେ ଅତି କମ୍ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ  । ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି  । ଚଳିତ ବଜେଟ୍ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି  । ସେପଟେ ମାର୍ଚ୍ଚ ୩୧ରେ ଆବାସ ସର୍ଭେର ଡେଡ୍ଲାଇନ ରଖାଯାଇଛି  । ଏବେ ଯାଏଁ ସର୍ଭେରେ ସାଢେ ୧୯ ଲକ୍ଷ ଲୋକ ନାମ ପଞ୍ଜିକରଣ କଲେଣି ବୋଲି ମନ୍ତ୍ରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି  ।