ଗାଡି ଏବଂ କ୍ରସର୍ ଜବତ ; ଫିଟୁଛି ରାଜାଙ୍କ ସଉକର ଗୁମର

ଗାଡି ଏବଂ କ୍ରସର୍ ଜବତ ; ଫିଟୁଛି ରାଜାଙ୍କ ସଉକର ଗୁମର

ରାଜାଙ୍କ ସଉକର ଫିଟୁଛି ଗୁମର । ରାଜା ଚକ୍ରକୁ ନେଇ ସାରା ରାଜ୍ୟ ତଥା ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ବିଳାସପୂର୍ଣ୍ଣ ଦାମୀ ଗାଡି ଧରି ଅୟସ୍ କରୁଥିଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ଘୋଟାଲା ମାମଲାରେ ରାଜାଙ୍କ ୪୨ଟି ଗାଡି ଜବତ କଲାଣି EOW । ଯେଉଁଥିରେ ଜିପ୍ ରୁବିକନ୍, ସ୍କର୍ପିଅ, ମର୍ସିଡିଜ୍, ଡିଭେନଡର୍ ଏକ୍ସ, ଫରଚ୍ୟୁନର୍ ଲିଜେଣ୍ଡର୍ ବୁଲେଟ୍ ପ୍ରୁଫ୍, ରେଞ୍ଜ୍ ରୋଭର୍ ସ୍ପୋର୍ଟ, ହାର୍ଲି ଡାଭିଡସନ୍ ଭଳି ବଡ଼ ବଡ଼ ଦାମୀ ଗାଡି ରହିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସବୁ ଗାଡିର ନମ୍ବର ୨୧ରେ ଶେଷ ହେଉଛି । ସେହିପରି ରାଜାଙ୍କ ୧୦୦ରୁ ଅଧିକ ଆକାଉଣ୍ଟର ଆର୍ଥିକ କାରବାର ନେଇ ଖୋଳତାଡ଼ ସହ ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଇଓଡବ୍ଲୁ ।