ପାଣ୍ଡିଆନ୍ ଚଳେଇବେ ବିଧାନସଭା ଗୃହ : ଜୟନାରାୟଣ
ଗୃହ ଅଚଳକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ବିସ୍ଫୋରରଣ କଲେ ଜୟନାରାୟଣ କହିଲେ, ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ, କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ୟ୍ୟନ୍ତ ଗୃହକୁ ମୁଲତବି କରାଯାଇଛି । ଲବିରେ କିଛି ବିଜେଡ଼ି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ । ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ । ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହକୁ ବନ୍ଦ କରିଦିଆଯିବ । ଏଥିପାଇଁ ବିଜେଡ଼ି ସଦସ୍ୟ କ୍ଷମା ମାଗିବା ଦରକାର । ପାଣ୍ଡିଆନଙ୍କ ନମ୍ବର ୱାନ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ।