ଭାରତର ବଡ଼ ନିଷ୍ପତ୍ତି ଆତଙ୍କୀ ଆକ୍ରମଣ = ଯୁଦ୍ଧ 


 ନୂଆଦିଲ୍ଲୀ:  ଆତଙ୍କବାଦ ଆକ୍ରମଣ ଯାହା, ଯୁଦ୍ଧ ବି ତାହା  । ଭାରତ ଏମିତି ହିଁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି  । ଅର୍ଥାତ୍ ଆତଙ୍କୀ ଆକ୍ରମଣ କରାଗଲେ, ତାହାକୁ ଯୁଦ୍ଧ ଭାବେ ଗ୍ରହଣ କରାଯିବ  । ସେହି ଅନୁସାରେ ଭାରତ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ  । ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣକୁ ଆଖିଆଗରେ ରଖି ଭାରତ ଏଭଳି ରଣନୀତି କରିଛି  । ଯାହାଫଳରେ ଯେବେବି ପାକିସ୍ତାନ ଆତଙ୍କବାଦୀଙ୍କ ଜରିଆରେ ଆକ୍ରମଣ କରିବ ତାହେଲେ ଭାରତ ସିଧାସଳଖ ଜବାବ ଦେବ  । ଶନିବାର ଉଧମପୁର, ପଠାନକୋଟ, ଆଦାମପୁର ଓ ଭୁଜ ବାୟୁ ସେନା ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି । ପାକ୍ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି  । ଅପରପକ୍ଷରେ ଭାରତର ଆକ୍ରମଣରେ ରଫିକ୍, ମୁରିଦ, ଚକଲାଲା, ରହିମ ୟାର ଖାନ୍, ସୁକୁର ଓ ଚୁନିଆର ପାକିସ୍ତାନୀ ଏୟାର ବେସ୍ କ୍ଷତିଗ୍ରସ୍ତ ହୋଇଛି  ।