ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ
ଭବାନୀପାଟଣା : ଓଟିଇଟି ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ନିଲମ୍ବିତ ଚାକିରିରୁ ହୋଇଛନ୍ତି ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀ । ଏହି ଘଟଣାରେ ଗତ ୩୧ ତାରିଖରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଭେଜିପଦର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟଚାଲାଣ ମଧ୍ୟ କରିଥିଲା । ଏହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କଳାହାଣ୍ଡି ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର । ଏହି ଘଟଣାରେ ପ୍ରଧାନ ଶିକ୍ଷକ ଖମାରୀଙ୍କୁ ପତ୍ର ସଂଖ୍ୟା (୩୬୯୦/୩୦୭୨୫) ଅନୁଯାୟୀ ନିଲମିତ କରାଯାଇଥିବା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।