ମହାଧିବେଶନ ପାଇଁ ପ୍ରଚାର ରଥର ଶୁଭାରମ୍ଭ
ତାଳଚେର ଦେଉଳବେଡ଼ା ସ୍ଥିତ ଦୁର୍ଗାମଣ୍ଡପ ପଡ଼ିଆ ଠାରେ ଆଗାମୀ ଜାନୁଆରୀ ୧ତାରିଖରେ ଏକ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନର ଆୟୋଜନ କରାଯାଉଛି । ଉକ୍ତ ମହାଧିବେଶନରେ ଗୋବର୍ଦ୍ଧନ ମଠ ପୁରୀ ପୀଠାଧିଶ ଜଗଦ୍ଗୁରୁ ଶଙ୍କରାଶ୍ଚର୍ଯ୍ୟ ପୂଜ୍ୟସାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ମୁଖ୍ୟ ପୁରୋଧା ଭାବେ ଉପସ୍ଥିତ ରହି ଦିବ୍ୟ ସନେ୍ଦଶ ପ୍ରଦାନ କରିବା ସହିତ ପ୍ରତ୍ୟକ୍ଷ ମାର୍ଗଦର୍ଶନ କରିବେ । ତେବେ ଏହି ମହାଧିବେଶନର ପ୍ରଚାର, ପ୍ରସାରକୁ ବ୍ୟାପକ କରିବା ତଥା ଏହାର ସଫଳ ରୂପାୟନ ଉଦେ୍ଦଶ୍ୟରେ ଆଜି ଦେଉଳବେଡ଼ା ଡିସିଆଇ ଠାରେ ୩ଟି ପ୍ରଚାର ରଥ ବୁଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ରଥଗୁଡ଼ିକ ଜରିଆରେ ତାଳଚେର ଓ ଏହାର ଆଖପାଖ ଅଂଚଳର ସମସ୍ତ ଗ୍ରାମଗୁଡ଼ିକୁ ଯାଇ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯିବା ସହ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯିବ । ପର୍ଶୁରାମ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀର ରାଜ୍ୟ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଅନୁଗୋଳ ରାଜ୍ୟ ପୀଠ ପରିଷଦର ଉପାଧ୍ୟକ୍ଷ ପଣ୍ଡିତ ରୋହିତ କୁମାର ଦାଶ, ଅନୁଗୋଳ ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ବିଜୟ ତ୍ରିପାଠୀ ସମେତ ସଂଗଠନ ସଚିବ ତଥା ସ୍ୱାଗତ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ବରୁଣ ସାହୁ, ମାୟାଧର ସାହୁ, ବାବୁଲି ସାମଲ, ସୁଶାନ୍ତ ପ୍ରଧାନ, ରିତ ମହାପାତ୍ରଙ୍କ ସମେତ ଶତାଧିକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।