ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା : ମହିମା ଅଲେଖ ଡାକରେ କମ୍ପିଲା ପୀଠ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମାଘମେଳା । ଜଗତର ମଙ୍ଗଳ ତଥା ବିଶ୍ୱକଲ୍ୟାଣ ନିମନ୍ତେ ମହିମା ଧର୍ମର ସାଧୁ ସନ୍ୟାସୀମାନେ ଝାଡଦୀପ ପ୍ରଜ୍ଜ୍ୱଳନ କରିଛନ୍ତି । ଆଜି ସଂଧ୍ୟା ୫ଟା ୨୦ ମିନିଟରେ ପ୍ରଥମେ ଗାଦି ମନ୍ଦିରର ପଶ୍ଚିମ ଦିଗର ପବିତ୍ର ଝାଡରେ ପ୍ରଥମେ ଅଗ୍ନି ସଂଯୋଗ ହୋଇଥିଲା । ପରେ ଗାଦି ମନ୍ଦିରର ଅନ୍ୟଦ୍ୱାର ସମେତ ପୀଠର ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିର ଆଦି ସମସ୍ତ ଉପାସନା ପୀଠଗୁଡିକରେ ବିରାଟ ବିରାଟ ଝାଡଦୀପରେ ବରିଷ୍ଠ ସନ୍ୟାସୀମାନେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ହଜାର ହଜାର ସାଧୁସନ୍ଥ ଓ ଶ୍ରଦ୍ଧାଳୁଭକ୍ତଙ୍କ ମହିମା ଅଲେଖ ଡାକରେ ସମଗ୍ର ଅଚଂଳ ପ୍ରକପିଂତ ହୋଇଉଠିଥିଲା । ୨ଦିନଧରି ହେବାକୁ ଥିବା ଏହି ମେଳାରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ସମାଗମ ହେବବୋଲି ଆକଳନ କରାଯାଇଛି ।
ମାଘ ଚତୁର୍ଦ୍ଦଶୀର ବ୍ରାହ୍ମ ମୁହୁର୍ତରୁ ଗାଦୀମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ମହିମାଧର୍ମର ନିତିନିୟମ ଅନୁଯାୟୀ ସ୍ୱତନ୍ତ୍ର ରିତିନିତୀ ଆରମ୍ଭ ହୋଇଥିଲା । ବକ୍କଳଧାରୀ ଓ କୌପନୀଧାରୀ ମହିମା ସମାଜ ପକ୍ଷରୁ ବରିଷ୍ଠ ସାଧୁ ସନ୍ୟାସୀମାନେ ବକ୍କଳ ଭେକ ଓ ଆଡିବନ୍ଧ ପରିଧାନ କରି ନୀତି କାର୍ଯ୍ୟ ଆରମ୍ଭ କରିଥିଲେ । ଗାଦୀପିଠର ଚାରିଦ୍ୱାର ଖୋଲାଯିବାପରେ ସାଧୁସନ୍ୟାସୀମାନେ ପବିତ୍ର କୂଅରୁ ରୂପା ଗରାରେ ଜଳ ଆଣି ଗାଦିମନ୍ଦିର ସମେତ ସମସ୍ତ ମଠ ମନ୍ଦିରକୁ ଶୋଧନ କରିଥିଲେ । ସୁନା ଝାଡୁରେ ଛେରା ପହଁରା କରି ସୁନା ଗିନାରେ ଚନ୍ଦନ, କର୍ପୁର, ଭାସ୍କର, ଅଗୁର ଦ୍ୱାରା ମନ୍ଦିରକୁ ସିଚଂନ କରି ପବିତ୍ର କରିଥିଲେ । ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ ଦର୍ଶନ ନିମନ୍ତେ ରଖାଯାଇଥିଲା । ହଜାର ହଜାର ସାଧୁସନ୍ଥ ଓ ଭକ୍ତଙ୍କ “ମହିମା ଅଲେଖ “ଡାକରେ ସମଗ୍ର ଅଚଂଳ କଂପି ଉଠିଥିଲା । ମହିମାଗାଦୀର ସମସ୍ତ ମଠ ତଥା ଉପାସନା ପିଠ ମାନଙ୍କରେ ସାଧୁସନ୍ୟାସୀ ଓ ଭକ୍ତମାନେ ଉପସ୍ଥିତ ରହି ବିଳମ୍ବିତ ରାତିପର୍ଯ୍ୟନ୍ତ ଭୀମଭୋଇଙ୍କ ଭଜନ, ଜଣାଣ ଓ ଚଉତିଶା ଗାନ କରୁଛନ୍ତି । ଏକସପ୍ତାହ ହେବ ମହିମାଗାଦୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ ଓ ଭକ୍ତମାନେ ଆସିବାରେ ଲାଗଥିଲେ । ପାଗ ଅନୁକୁଳ ଥିବାରୁ ବିଭିନ୍ନ ପ୍ରାନ୍ତରୁ ଲୋକମାନଙ୍କର ପ୍ରବଳ ସମାଗମ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ବିଭିନ୍ନ ସମ୍ବେଦନଶିଳ ସ୍ଥାନ ଗୁଡିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ସୋମବାର ଦିନଠାରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବାରମ୍ବାର ଗସ୍ତକରି ସବୁ ବ୍ୟବସ୍ଥାର ତଦାରଖ କରିଥିଲେ ।