ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ

ଢ଼େଙ୍କାନାଳ  : ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ ହୋଇଯାଇଛି  । ଏହି କର୍ମଶାଳା ଢେଙ୍କାନାଳ ସମବାୟ ସମିତି ସମୂହ ଉପନିବନ୍ଧକ ଉମାଶଙ୍କର ଦାସଙ୍କ ସଭାପତିତ୍ୱରେ ହୋଇଥିଲା  । ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ, ଏଆରସିଏସ୍ ହିନେ୍ଦାଳ, କାମାକ୍ଷାନଗର, ଢେଙ୍କାନାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଅନଗୁଳ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ, ଚାଷୀ ଓ ସମବାୟ ସମିତି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ  । ଏଥିରେ ଜେନେରାଲ ମ୍ୟାନେଜର ଓମ୍ଫେଡ୍, ଭାରତୀୟ ବୀଜ ସମବାୟ ସମିତି ଲିମିଟେଡ୍, ଜାତୀୟ ସମବାୟ ରପ୍ତାନୀ ଲିମିଟେଡ୍, ଜାତୀୟ ସମବାୟ ଜୈବିକ ଲିମିଟେଡ୍ର ଉଦେ୍ଦଶ୍ୟ ଓ ସଭ୍ୟ ହେବାର ଉପାଦେୟତା ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ସମବାୟ ଆନେ୍ଦାଳନକୁ ଗତିଶୀଳ ଓ ମଜବୁତ କରିବାକୁ ଉପନିବନ୍ଧକ ଆହ୍ୱାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ସନ୍ତୋଷ ପ୍ରଧାନ । ଏହି ଅବସରରେ ୯ ଜଣ କେସିସି ଚାଷୀଙ୍କୁ ୨.୪୫ଲକ୍ଷ ଓ ୨ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୧ ଲକ୍ଷ ଋଣ ବଣ୍ଟନ କରାଯାଇଥିଲା ।