କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ, ସିସିଟିଭିରେ ଧରାପଡିଲା ଅଭିଯୁକ୍ତ
ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ମେଟ୍ରୋରେ ଧମକପୂର୍ଣ୍ଣ ମେସେଜ ଲେଖାଯାଇଥିଲା। ଏଥିରେ ତାଙ୍କୁ ହତ୍ୟା କରାଯିବାକୁ ନେଇ ଉଲ୍ଲେଖ ଥିଲା। ଏହି ଧମକପୂର୍ଣ୍ଣ ମେସେଜ ଲେଖିଥିବା ବ୍ୟକ୍ତି ଏବେ ଧରାପଡିଛି। ସିସିଟିଭିରେ ଠାବ ହୋଇଛି ଅଭିଯୁକ୍ତ।
ସୂଚନା ମୁତାବକ, ଅଭିଯୁକତ ଜଣକ ବରେଲିର ବାସିନ୍ଦା। ସିସିଟିଭିରେ ସେ ଧମକପୂର୍ଣ୍ଣ ମେସେଜ ଲେଖୁଥିବା ଧରାପଡିବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅଙ୍କିତ ଗୋଏଲ୍ ବୋଲି ପରିଚୟ ମିଳିଛି। ସେ ଉଚ୍ଚଶିକ୍ଷିତ ହେବା ସହ ଏକ ନାମୀଦାମୀ ବ୍ୟାଙ୍କରେ କାମ କରନ୍ତି। ଅଭିଯୁକ୍ତ ଜଣକ କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି। ତେବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପୁଲିସ କହିଛି। ଡାକ୍ତରୀ ପରୀକ୍ଷା ପରେ ଏହା ସ୍ପଷ୍ଟ ହେବ।