ଅତିଥି ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ : ପ୍ରଭାତୀ ପରିଡ଼ା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ । କହିଲେ, ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ । ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନ ରେ ହେବ ସେ ନେଇ ବିଚାର କରୁଛି ବିଭାଗ । ଏଥିପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି ସହ ପର୍ୟ୍ୟଟନ ବିଭାଗ ମିଶି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଏନେକ ଅତିଥି ଆସୁଛନ୍ତି । ଓଡିଶାକୁ ଉପସ୍ଥାପନା କରିବାର ଏହା ବଡ଼ ସୁଯୋଗ ମିଳିବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଯେତିକି ପ୍ରସ୍ତୁତ ନଳ ବଣକୁ ଆସିବାକୁ ଥିବା ୧୦ ଲକ୍ଷ ପକ୍ଷୀଙ୍କୁ ସ୍ୱାଗତ ପାଇଁ ବି ସେତିକି ପ୍ରସ୍ତୁତ ।
ଆରମ୍ଭ ହୋଇଛି ପଞ୍ଚମ ଚିଲିକା ବିହଙ୍ଗ ମହୋତ୍ସବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସାତଦିନିଆ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏଥର ରାଜ୍ୟରେ ଏକ ଅଦ୍ଭୁତ ସଂଯୋଗ ହୋଇଛି । ବିହଙ୍ଗ ଅତିଥି ହୋଇ ଆସିବେ । ତାଙ୍କୁ ଦେଖିବା ପାଇଁ ପ୍ରବାସୀ ଭାରତୀୟ ମଧ୍ୟ ଓଡିଶାକୁ ଅତିଥି ହୋଇ ଆସିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ପ୍ରବାସୀଙ୍କୁ ଚିରଶୋଭାମୟୀ ଚିଲିକାର ସୌନ୍ଦର୍ଯ୍ୟ ଦେଖିବାର ସୁଯୋଗ ମିଳିବ । ଚଳିତଥର ପ୍ରବାସୀ ଭାରତୀୟ ହେବେ ଚିଲିକା ବିହଙ୍ଗ ଉତ୍ସବର ବ୍ରାଣ୍ଡ ଆମ୍ବାସଡ଼ର । ଚିଲିକା ବିହଙ୍ଗ ମହୋତ୍ସବ ପାଇଁ ଜଙ୍ଗଲ ଓ ପର୍ୟ୍ୟଟନ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରବାସୀଙ୍କ ଦ୍ୱାରା ସାରା ବିଶ୍ୱରେ ଚିଲିକାର ପ୍ରଚାର ପାଇଁ ଯୋଜନା କରିଛନ୍ତି ସରକାର । ପ୍ରତିବର୍ଷ ଡିସେମ୍ବରରୁ ଫେବୃୟାରୀ ଏହି ତିନି ମାସ ଭିତରେ ଲକ୍ଷ ଲକ୍ଷ ପକ୍ଷୀ ଋଷିଆ, ସାଇବେରିଆ, ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି । ଚିଲିକା ଓ ଏହା ସହ ଜଡ଼ିତ ପକ୍ଷୀ, ଡ଼ଲଫିନ ଏବଂ ପର୍ୟ୍ୟଟନର ପ୍ରଚାର କରିବା ପାଇଁ ଏହି ଏହି ଉତ୍ସବ ପାଳନ କରାଯାଉଛି ।