ଇଷ୍ଟକୋଷ୍ଟ ରେଲୱେ ଟି -୨୦: ପଶ୍ଚିମ ମଧ୍ୟ ଓ ମେଟ୍ରୋ ରେଳୱେ ବିଜୟୀ
ଜଟଣୀ : ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ ଆସୋସିଏସନ ଖୋର୍ଦ୍ଧାରୋଡ୍ ପକ୍ଷରୁ ରେଲୱେ ଷ୍ଟାଡିୟମରେ ଆୟୋଜିତ ହେଉଥିବା ୬୮ ତମ ଅଲ ଇଣ୍ଡିଆ ରେଲୱେ ଟି -୨୦ ପୁରୁଷ କ୍ରିକେଟ୍ ଚାମ୍ପିଅନଶିପ୍ର ୪ର୍ଥ ଦିନରେ ପ୍ରଥମ ଲିଗ୍ ମ୍ୟାଚ ପୂର୍ବତଟ ରେଳୱେ ଓ ପଶ୍ଚିମ ମଧ୍ୟ ରେଳୱେ ମଧ୍ୟରେ ଅନୁଷ୍ଠିତ ହୋଇଛି । ପଶ୍ଚିମ ମଧ୍ୟ ରେଳୱେ ଏହି ମ୍ୟାଚ୍କୁ ୧୦ ୱିକେଟ୍ରେ ଜିତିଥିଲା । ପଶ୍ଚିମ ମଧ୍ୟ ରେଲୱେର ବ୍ରିଜେଶ ପଟେଲ୍ ୭୦ ରନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ସିନିଅର୍ ଡିଏମଏମ ଖୋର୍ଦ୍ଧାରୋଡ୍ ଜାଭେଦ ଖାନ୍ ତାଙ୍କୁ ଟ୍ରଫି ପ୍ରଦାନକରିଥିଲେ । ସେହିପରି ଦ୍ୱିତୀୟ ଲିଗ୍ ମ୍ୟାଚ୍ ପୂର୍ବ ରେଲୱେ ଓ ମେଟ୍ରୋ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚକୁ ମେଟ୍ରୋ ରେଲୱେ ୭ ୱିକେଟ୍ରେ ଜିତିଥିଲା । ମେଟ୍ରୋ ରେଲୱେର ବିବେକ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ଓଏସଏଲ କମ୍ପାନୀର ଅଧିକାରୀ ହରଦମନ୍ ସିଂ ତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଶନିବାର ପୂର୍ବତଟ ରେଲୱେ ଓ ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ ଏବଂ ଉତ୍ତର ମଧ୍ୟ ରେଲୱେ ଓ ପଶ୍ଚିମ ମଧ୍ୟ ରେଲୱେ ଖେଳାଯିବ ।