ଫାଷ୍ଟ୍ ଗେଟ୍ର ପୁନରୁଦ୍ଧାର କାର୍ଯ୍ୟ

 ତାଳଚେର:  ତାଳଚେର ଟାଉନ୍ ସ୍ଥିତ ଫାଷ୍ଟ ଗେଟ୍ର ପୁନଃରୁଦ୍ଧାର କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି । କେଉଁଭଳି ଭାବେ ଫାଷ୍ଟ ଗେଟ୍ର ପୁନରୁଦ୍ଧାର କାର୍ଯ୍ୟ ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ, ତାହାକୁ ନେଇ କାର୍ଯ୍ୟ ତଦାରଖ କରୁଛନ୍ତି ନିଜେ ତାଳଚେର ନଗରପାଳ ପବିତ୍ର ଭୁତିଆ । ପୁନରୁଦ୍ଧାର କାର୍ଯ୍ୟ ଅତି ଶୀଘ୍ର ସମାପ୍ତ ହେବା ପାଇଁ ସମସ୍ତ କାଉନସିଲର ଏବଂ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଡାକି ଆଲୋଚନା କରାଯାଇଛି । ଏହି କାର୍ଯ୍ୟ ଶେଷ ହେଲେ ବିଭିନ୍ନ ପ୍ରକାରର ଲାଇଟ୍ ଏବଂ ସାଜସଜ୍ଜାରେ ଝଲସି ଉଠିବ ୧୦୦ ବର୍ଷ ପୁରୁଣା ତାଳଚେର ଫାଷ୍ଟ୍ ଗେଟ୍ । ତେବେ ନିର୍ମାଣ କାର୍ଯ୍ୟ ଦେଖି ଲାଗୁଛି, ସତେ ଯେମିତି ନୂତନ ଜୀବନ ଫେରି ପାଉଛି ଏହି ଐତିହାସିକ ସ୍ଥଳୀ । ତେବେ ଆଗାମୀ ଦିନରେ ତାଳଚେର ଟାଉନ ସ୍ଥିତ ଘୋଡ଼ା ଶାଳ ଠାରେ ଥିବା ଗେଟ୍ର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ ହେବା ନେଇ ଶ୍ରୀ ଭୁତିଆ ମତପ୍ରକାଶ କରିଛନ୍ତି ।