କିଡନୀ ରୋଗୀଙ୍କୁ ସହାୟତା ପ୍ରଦାନ
।ା ପ୍ରଭାନୁ୍ୟଜ ।ା କେନ୍ଦ୍ରାପଡା: କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ ପକ୍ଷରୁ କିଡନୀ ରୋଗୀଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ଡେରାବିଶ ବ୍ଲକ ରଘୁଦେଇପୁର ପଞ୍ଚାୟତ ନୋଳସାହିର ଭାଗ୍ୟଧର ସେଠୀ ଦୀର୍ଘ ଛ ମାସ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ସୋସାଇଟର ପ୍ରତିଷ୍ଠାତା ସଭାପତି ପ୍ରମୋଦ କୁମାର ସାହୁ ତାଙ୍କ ଘରେ ପହଂଚି ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ଉକ୍ତ ଶାଖା ପରିଚାଳକ ପ୍ରମୋଦ ମଲ୍ଲିକ, ରାଜୁ କର, ୱାର୍ଡମେମ୍ବର ତୃପ୍ତି ମଲ୍ଲିକ ଉପସ୍ଥିତ ଥିଲେ । ଏଥିସହ ଭାଗ୍ୟଧରଙ୍କୁ ଜ୍ଞାନ ଦେବୀ ଗୁଜୁରାଣ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା କରି ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି ।