"ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ' ସମ୍ମାନିତ 

 କେନ୍ଦ୍ରାପଡା: କେନ୍ଦ୍ରାପଡାର ଜଣାଶୁଣା ସ୍ୱେଚ୍ଛସେବୀ ଅନୁଷ୍ଠାନ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟକୁ ବିଶ୍ୱ ରକ୍ତଦାତା ଦିବସରେ ସମ୍ମାନିତ କରାଯାଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ କଲେଜ ଓ ଚିକିତ୍ସାଳୟ ପକ୍ଷରୁ "ବିଶ୍ୱ ରକ୍ତଦାତା ଦିବସ’ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ପ୍ରଫେସର ଡ. ଲୁସି ଦାସ, ସମ୍ମାନୀୟ ଅତିଥି ପ୍ରଫେସର ଡ. ଗୌତମ ଶତପଥୀ, ଡ. ପ୍ରଦୀପ ପାତ୍ର ଉପସ୍ଥିତ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟଙ୍କୁ ସମ୍ମାନୀତ କରାଯାଇଛି । କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାପତି ଦମନ ମହାନ୍ତି ଓ କଟକ ଜିଲ୍ଲା ସଭାପତି ମକର ବେହେରା ଏହି ଏହି ସମ୍ମାନ ଗ୍ରହଣ କରିଥିଲେ ।