ସୌମ୍ୟାଶ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା : ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସ୍ୱର୍ଗତା ସୈାମ୍ୟଶ୍ରୀ ବିଶିଙ୍କର ଏକାଦଶହରେ ନୀରବ ପ୍ରାର୍ଥନା ଓ ଦୀପ ଦାନ କାର୍ଯ୍ୟକ୍ରମ ପାଳିତ ହେଉଛି । କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନ ଠାରେ ଜିଲ୍ଲା କଗ୍ରେସ ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ସୈମ୍ୟଶ୍ରୀ ବିଶିଙ୍କ ଫଟୋ ଚିତ୍ରରେ ପୁଷ୍ପଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉପସ୍ଥ୍ିତ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଓ ଶତାଧିକ କର୍ମୀ ତାଙ୍କର ଏକାଦଶହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ସସ୍ମିତା ପଣ୍ଡା, ମସôଜୀବି କଂଗ୍ରେସ ବିଭାଗର ପୂର୍ବତନ ରାଜ୍ୟ ଅଧ୍ୟକ୍ଷ ହଳଧର ସେଠୀ, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ଜିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ସତ୍ୟପ୍ରିୟ ସାମଲ, ଯୁବ ନେତା ଉମେଶ ପାଢ଼ୀ, ରଶ୍ମୀ ରଂଜନ ରାଉତରାୟ, ସୁମନ୍ତ ରାଉତ, ହିମାଂଶୁ ନନ୍ଦ, ଚିତ୍ତରଜନ ତରାଈ, ଉଦୟଭାନୁ ପଢିଆରୀ, ଡେରାବିଶି ବ୍ଲକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀ, ରଜନୀକାନ୍ତ ସାମଲ ସ୍ମୁତି ରଂଜନ ପାଢ଼ୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ