ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

 
ାା ପ୍ରଭାନୁ୍ୟଜ ।ା ନୀଳଗିରି : ବିନା ଅନୁମତିରେ ନୀଳଗିରି ଏନ୍ଏସିର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଦୀର୍ଘ ୧ମାସ ଧରି ଏନ୍ଏସି କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ନେଇ ନୀଳଗିରି ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।  ପୂର୍ବରୁ ନୀଳଗିରି ସହରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅନିୟମିତତା ନେଇ ବିବାଦରେ ଛନ୍ଦି ହୋଇପଡିଥିବା ଶ୍ରୀ ଦାସ ଗତ ଅଗଷ୍ଟ ୧୬ତାରିଖ ଠାରୁ ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବିନା ଅନୁମତିରେ ଅନୁପସ୍ଥିତ ରହିଛନ୍ତି । ଫଳରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟର ବାଧା ଉପୁଜୁଛି । ଏପରିକି ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସରେ ଅନୁପସ୍ଥିତ ରହିବା ସହରାଞ୍ଚଳବାସୀଙ୍କୁ ମର୍ମାହତ କରିଛି । ଏଥିସହିତ ବର୍ତ୍ତମାନ ବର୍ଷା ଋତୁ ଚାଲିଥିବାରୁ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ସହରର ଡ୍ରେନ ଗୁଡ଼ିକ ମରାମତି ଓ ପରିଷ୍କାର ହୋଇନଥିବାରୁ ରାସ୍ତା ଉପରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଜମା ହୋଇ ରହୁଛି । ଏନ୍ଏସିର ୭ନମ୍ବର ୱାର୍ଡର ରମାକାନ୍ତ ଦାସ ଓ ଅନନ୍ତ ବେହେରାଙ୍କର ଦୀର୍ଘ ୨ମାସ ଧରି ଭତ୍ତା ଅନଲାଇନ୍ ହୋଇ ପାରୁନଥିବାର ମଧ୍ୟ ଅଭିଯୋଗ ଉଠିଛି । ସହରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ନେଇ ଅଧ୍ୟକ୍ଷା ଅମ୍ବିକା ଦାସ ପି. ଡି ଡୁଡା (ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା)ର ନିଦେ୍ର୍ଦଶକଙ୍କୁ ଚିଠି ଲେଖି ଅବଗତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ଦାସ ଚିଠି ଲେଖିଥିବାର ଜଣାପଡ଼ିଛି । ଏଥିସହିତ ବାଲେଶ୍ୱର ଜିଲ୍ଲାପାଳ, ନୀଳଗିରି ଉପଜିଲ୍ଲାପାଳଙ୍କୁ ଅବଗତ କରିଥିବାର ଜଣାପଡ଼ିଛି ।