ସୁନାମୀ ପ୍ରବଣ ଅଞ୍ଚଳ ଗସ୍ତ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ 

।ା ପ୍ରଭାନୁ୍ୟଜ ।ା ରାଜନଗର: ରାଜନଗର ବ୍ଲକର ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ହାତିନା ପଚାଂୟତ କଏଥା ଓ ଡେରା ପଚାଂୟତର ଚିଂଚିରୀ ଗ୍ରାମକୁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଆଇଏନ୍ସିଓଏସ (ସମୁଦ୍ର ସୂଚନା ସେବା ପାଇଁ ଭାରତୀୟ ଜାତୀୟ କେନ୍ଦ୍ର) ହାଇଦ୍ରାବାଦର ନିଦେ୍ର୍ଦଶକ ଟି. ଶ୍ରୀନିବାସ, ଏହାର ଗ୍ରୁପ ଡାଇରେକ୍ଟର ଇ.ପଟ୍ଟାଭି ରାମାରାଓ, ବୈ÷ଜ୍ଞାନିକ ଆରଏସ ମହିନ୍ଦ୍ରା, ଓସଡମାର ଡିଜିଏମ ରଶ୍ମିରଞ୍ଜନ ରାଉତ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ପଲ୍ଲଭି ପାତ୍ର, ତହସିଲଦାର ଅଜୟକୁମାର ମହାନ୍ତି, ଜିପିଇଓ ଧର୍ମେନ୍ଦ୍ର ଦାଶ କଏଥାରେ ପହଂଚିଥିଲେ । ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଆଶା, ଅଙ୍ଗନବାଡି କର୍ମୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ସୁନାମୀ ସଂପର୍କରେ ପଚାରି ବୁଝିଥିଲେ । ସେମାନେ ସୁନାମୀର ପ୍ରାକ୍ ସୂଚନା, ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ସଚେତନ କରିଥିଲେ । ସେହିପରି ଚିଂଚିରୀ ଗ୍ରାମରେ ପହଂଚି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା, ଆଶା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀ ଓ ଗ୍ରାମର ଲୋକମାନଙ୍କ ସହିତ ସୁନାମୀ ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ନେଚର୍ସ କ୍ଲବର ବିରଜା ପ୍ରସାଦ ପତିଙ୍କ ସହ ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ ।