୧୧ଲକ୍ଷ ହିତାଧିକାରୀଙ୍କୁ ମିଳିଲା ପ୍ରମାଣ ପତ୍ର : ଲକ୍ଷପତି ଦିଦିଙ୍କୁ କେନ୍ଦ୍ର ସରକାରଙ୍କ ଉପହାର

୧୧ଲକ୍ଷ ହିତାଧିକାରୀଙ୍କୁ ମିଳିଲା ପ୍ରମାଣ ପତ୍ର : ଲକ୍ଷପତି ଦିଦିଙ୍କୁ କେନ୍ଦ୍ର ସରକାରଙ୍କ ଉପହାର

 ଅନ୍ତର୍ଜାତୀୟ ମହିଳା ଦିବସରେ ଲକ୍ଷପତି ଦିଦି ଯୋଜନାରେ ୧୧ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ  ।  ଗୁଜରାଟ ନବସାରୀରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ମହିଳାଙ୍କୁ ପ୍ରମାଣପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ  ।  ମହିଳାଙ୍କୁ ସଶକ୍ତ କରିବାକୁ ମୋଦୀ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି  । ୨୦୨୩ରୁ ଆରମ୍ଭ ହୋଇଛି ଲକ୍ଷପତି ଦିଦି ଯୋଜନା । ଯେଉଁ ମହିଳା ମାନେ ବ୍ୟବସାୟରୁ ଅତିକମରେ ବାର୍ଷିକ ଆୟ କରୁଥିବେ ସେମାନଙ୍କୁ ବିନା ସୁଧରରେ ଋଣ ଦେବାକୁ ଆରମ୍ଭ ହୋଇଛି ଏହି ଯୋଜନା  ।   ତେବେ ସେମାନେ କୌଣସି ସ୍ବୟଂ ସହାୟକ ଗୋଷ୍ଠୀରେ ରହିବା ଆବଶ୍ୟକ  ।  ଆଜି ପ୍ରଧାନମନ୍ତ୍ରୀ  ଲକ୍ଷପତି ଦିଦି ସହ ଆଲୋଚନ କରି ସେମାନଙ୍କ ଅନୁଭୂତି ସାଉଁଟିଛନ୍ତି  ।  ଏହି ଅବସରରେ ମୋଦି ୨୫ ଶହ କୋଟିର ଟଙ୍କାର ରିଭଲଭିଂ ଫଣ୍ଡ ଜାରି କରିବେ ।  ଏହି ଅର୍ଥ ମହିଳା ଏସ୍‌ଏଚ୍‌ଜି ଗୁଡିକର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ବ୍ୟବହାର ହୋଇ ପାରିବ । ଏହା ଦ୍ୱାରା ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୪୮ ଲକ୍ଷ ମହିଳା ଲାଭବାନ ହୋଇ ପାରିବେ । ସେହିଭଳି ୫ ହଜାର କୋଟିର ବ୍ୟାଙ୍କ ଋଣ ମହିଳାଙ୍କ ଲାଗି ଜାରି ହେବ । ୨.୩୫ ଲକ୍ଷ ଏସ୍‌ଏଚ୍‌ଜିର ୨୫.୮ ଲକ୍ଷ ମହିଳା ଏହା ଦ୍ୱାରା ଉପକୃତ ହେବେ ।  ମହିଳାଙ୍କ ସଶକ୍ତିକରଣ ଦିଗରେ କେନ୍ଦ୍ର ସରକାର ଏଭଳି ଯୋଜନା ଆଣିବା ସହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ।