ପାରିବାରିକ କଳହରୁ ଆକ୍ରମଣ ଘଟଣା : ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ
ବ୍ରହ୍ମବରଦା: ବ୍ରହ୍ମବରଦା ଥାନା ଅର୍ନ୍ତଗତ ଅର୍ଥଙ୍ଗା ପଂଚାୟତ ଦଶମୌଜା ଗ୍ରାମ୧୭ନମ୍ବର ୱାର୍ଡÿ ଦାସ ସାହିର ନୁର ଦାସ (୫୫) ଓ ତାଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଆଜି ଯାଏ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନି । ଯାହାକୁ ନେଇ ନୁରଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଆଜି ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗଲା ୨୬ତାରିଖ ଶନିବାର ନୁର ଦାସଙ୍କ ପନôୀ ଲୋଚନିଙ୍କ ପୁତୁରା ଗୋବିନ୍ଦ ଦାସଙ୍କ ଦଶାହ କ୍ରିୟାରେ କଣ ପାଇଁ ଆମ୍ଭ ମାନଙ୍କ ପାଇଁ ରୋଷେଇ କରିନାହଁ ବୋଲି ସେହି ଗ୍ରାମର ସମ୍ପର୍କୀୟ ସୁର ଦାସ, ରାଜକିଶୋର ଦାସ, ବୋଉଳ ଦାସ, ସଙ୍ଗିତା ଦାସ, ଅଞ୍ଜୁ ଦାସ ହାତରେ ଟାଙ୍ଗିଆ କିଳା ବାଡ଼ି ଧରି ନୁର ଦାସଙ୍କ ପରିବାରକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ନୁର ଓ ତାଙ୍କ ଝିଅ ରିନା (୨୬)ଗୁରୁତର ଆହତ ହୋଇଥିଲେ । ଉଭୟ ବାପ ଓ ଝିଅକୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ପରେ ସେଠାରେ ନୁରଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ.ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଚିକିତ୍ସିତ ହେବାପରେ ନୁରଙ୍କ ପନôୀ ଲୋଚନୀ ଦାସ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାରରେ ପୁଲିସ କେବଳ୧୨୯/୨୫ରେ ଏକ ମାମଲା ରୁଜ୍ଜୁକରି ୬ଗୋଟି ଭିନ୍ନ ଭିନ୍ନ ଦଫା ଲଗାଇ ଚୁପ ହୋଇ ବସିଥିବା ନୁରଙ୍କ ପରିବାର ଲୋକେ ଅଭିଯୋଗ ଆଣିବା ସହ ନ୍ୟାୟ ଭିକ୍ଷା ପାଇଁ ପୁନର୍ବାର ବ୍ରହ୍ମବରଦା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯଦି ତାଙ୍କ ପରିବାରକୁ ନ୍ୟାୟ ନମିଳେ ତା ହେଲେ ଯାଜପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋବେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ଏନେଇ ବ୍ରହ୍ମବରଦା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।