ଶ୍ରୀରାମ ନବମୀ ଉସôବ ଓ ହନୁମାନ ମୂର୍ତ୍ତି ପ୍ରତିଷ୍ଠା
ବୈଶିଙ୍ଗା: ଶ୍ରୀରାମ ନବମୀ ଉସôବରେ ବଙ୍ଗାଳିଡାହିଠାରେ କଳସ ଶୋଭାଯାତ୍ରା ଓ ହନୁମାନ ମୂର୍ତ୍ତି ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁଙ୍କର ଏକ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲା । କଳସ ଶୋଭାଯାତ୍ରା ପରେ ପୁରୋହିତ ସୁଧାଂଶୁ ଶେଖର ଦାଶଙ୍କ ତତ୍ତ୍ୱାବଧାନରେ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଯଜ୍ଞ ଓ ପ୍ରତିଷ୍ଠା ଉସôବରେ ସାମିଲ ହୋଇଥିଲେ । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହ ସାଧୁସନ୍ଥ ଓ ସମାଜସେବୀଙ୍କୁ ନେଇ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା । ଏଥିରେ କୋରାପୁଟ ଜଗତ ଜନନୀ ଆଶ୍ରମର ସନ୍ଥ ବିଜୟ କୁମାର ବ୍ରହ୍ମଚାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରଦ୍ଧାଳୁଙ୍କୁ ଶ୍ରୀରାମ କଥା ଶ୍ରବଣ କରାଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଭୀମଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ଆଡ଼ଭୋକେଟ୍ କ୍ଷେତ୍ରମୋହନ ପଣ୍ଡା, ଓଡିଶା ସରକାରଙ୍କର ପୂର୍ବତନ ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଛୋଟରାୟ ମୁର୍ମୁ, ବେତନଟୀ ବ୍ଲକ ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାଳିଚରଣ ସୋରେନ, ରାମ ନବମୀ ଉସôବ ସମିତିର ସଭାପତି ରବୀନ କୁମାର ପଣ୍ଡା ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରାମରେ ଭଗବତୀ ପୂଜା ଆରମ୍ଭ କରିଥିବା ବୈଦ୍ୟନାଥ ମହାନ୍ତ ଓ ଜଗଦୀଶ ଚନ୍ଦ୍ର ମହାନ୍ତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମିତିର ସଂଯୋଜକ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ମଧ୍ୟାହ୍ନରେ ମଟର ସାଇକେଲ ଶୋଭାଯାତ୍ରା ସହିତ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ପହଞ୍ଚି ଯଜ୍ଞ ମଣ୍ଡପରେ ଦୀର୍ଘ ସମୟ ଯଜ୍ଞାହୂତି ପ୍ରଦାନ କରିବା ସହିତ ଶ୍ରଦ୍ଧାଳୁମାନଙ୍କ ସହିତ ପ୍ରସାଦ ସେବନ କରିଥିଲେ । ଆମ୍ବଗଡିଆ ଓ ପୁରୁଣିଆ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମାଜସେବୀ ଅଜୟ କୁମାର ପରିଡା, ପୁରୁଣିଆ ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅନନ୍ତ ପ୍ରସାଦ ଦାସ, ସମିତିର ସଭାପତି ଗିରୀଶ ଚନ୍ଦ୍ର ମହାନ୍ତ, ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତ, କୋଷାଧ୍ୟକ୍ଷ ମହେନ୍ଦ୍ର ମହାନ୍ତ ଓ ଶ୍ରୀରାମ ସେନାର ସଦସ୍ୟମାନଙ୍କ ସାମୂହିକ ଉଦ୍ୟମରେ କାର୍ଯ୍ୟକ୍ରମ ଶୃଙ୍ଖଳାର ସହିତ ଶେଷ ହୋଇଥିଲା ।