ବିନା ଫଳକରେ ଚାଲିଛି ରାସ୍ତା କାର୍ଯ୍ୟ , ବିଭାଗୀୟ ଅଧିକାରୀ ଓ ଠିକାଦାର ସଲାସୁତରା
ାା ପ୍ରଭାନୁ୍ୟଜ ।ା କାଳିଆପାଣି : ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ ହେଉଛି । ହେଲେ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ରାସ୍ତା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ବସିଥିଲେ ମଧ୍ୟ ଫଳକର ଦେଖାନାହିଁ । ସୁକିନ୍ଦା ବ୍ଲକ ଖଣି ଅଞ୍ଚଳର ଚିଙ୍ଗୁଡ଼ିପାଳ ପଞ୍ଚାୟତରେ । ଏହି ପଞ୍ଚାୟତଟ ହୁଡ଼ିସାହି ଠାରୁ ଧବାହାଳି ଦେଇ କାଳିଆପାଣି ହନୁମାନ ବଜାର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାର ଫଳକ ନଲଗାଇ କାର୍ଯ୍ୟ କରାଯାଉଛି । ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର । କାର୍ଯ୍ୟ ହେଉଥିବା ରାସ୍ତାର ସ୍ତରରେ କେତେ ଇଞ୍ଚର ଡବ୍ଲୁଏମଏମ ହେବ, କେତେ ଇଞ୍ଚର ପିଚୁ ପଡ଼ିବ ତାହା ଫଳକରେ ଉଲ୍ଲେଖ କରିବା ସହିତ କେତେ କେତେ ଅର୍ଥ ବିନିଯୋଗ ହୋଇଛି ତାହା ସାର୍ବଜନୀନ କରିବା କଥା । କିନ୍ତୁ ଏଠି ବିନା ଫଳକରେ କାର୍ଯ୍ୟ ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବାକୁ ବସିଥିଲେ ମଧ୍ୟ ଫଳକ ଲଗାଯାଇନଥିବାରୁ ସ୍ଥାନୀୟ ଲୋକେ ପ୍ରକଳ୍ପ ସଂପର୍କରେ କିଛି ବି ଜାଣିପାରୁ ନାହାନ୍ତି । ଠିକାଦାର ଉପର ଚିକଣ କରି ବ୍ୟାପକ ଦୁର୍ନୀତି କରିବା ପାଇଁ ମସୁଧା ଚଳାଇଥିବା ବେଳେ ବିଭାଗୀୟ ଅଧିକାରୀ ପ୍ରଶୟ ଦେଉଥିବାର ଅଭିଯୋଗ ହେଉଛି । ମୋହନ ସରକାର ଦୁର୍ନୀତିକୁ ପ୍ରସୟ ଦିଆଯିବନି ବୋଲି ଘୋଷଣା କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କିନ୍ତୁ ଖଣି ଅଞ୍ଚଳରେ ଠିକାଦାର ସହ ମିଶି ଦୁର୍ନୀତିକୁ ପ୍ରସୟ ଦେଉଥିବାର ହେଉଛି ଅଭିଯୋଗ । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।