ବେଆଇନ ଖାଦାନରୁ କମ୍ପ୍ରେସର ଜବତ

କବାଟବନ୍ଧ: କଟକ ବନଖଣ୍ଡ ବୈରୀ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଡ଼ମଧୁପୁର ଫରେଷ୍ଟ ରେଞ୍ଜ ଅଧିନ ସରଂକ୍ଷିତ ଜଙ୍ଗଲ କିସମ ବିଛାଖଣ୍ଡି ପାହାଡ଼ ଉପରେ ଶନିବାର ଚଢ଼ାଉ କରି ଗୋଟିଏ କମ୍ପ୍ରେସର ଜବତ କରିଛି ବନବିଭାଗ । ସୂଚନା ଅନୁସାରେ ବିଛାଖଣ୍ଡି ବେଆଇନ ପାହାଡ଼ରେ କମ୍ପ୍ରେସର ମେସିନ ପଥର ପଠାଇବାରେ ବ୍ୟବହୃତ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଚଢ଼ାଉ କରାଯାଇଥିଲା । ବନ ବିଭାଗ ଅଧିକାରୀଙ୍କୁ ଦେଖି ପଥର ମାଫିଆ ଛତ୍ରଭଙ୍ଗ ଦେଇଥିଲେ । ବିଭାଗ ମେସିନକୁ ଜବଦ କରି କାର୍ଯ୍ୟାଳୟକୁ ଆଣିଥିଲେ । ଚଢ଼ାଉରେ ଗଡ଼ମଧୁପୁର ବନପାଳ ମହମ୍ମଦ ସାକୀର ହୁସେନ, ଗାର୍ଡ଼ ଏସକେ ଜାଭିର, ସମ୍ବିତ ରାଉତ, ରାକେଶ ମହାନ୍ତି, ପିଣ୍ଟୁ ମହାରଣା, ସିପ୍ରା ମହାରଣା ପ୍ରମୁଖ ସାମିଲ ଥିଲେ ।