ଶ୍ରୀମନ୍ଦିରରେ ଆହୁରି କଠୋର ହେବ ଚେକିଂ: ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିରରେ  ଆହୁରି କଠୋର ହେବ ଚେକିଂ: ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିରରେ ପୁଣି ହିଡେନ କ୍ୟାମେରା  ।  ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହେଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ୍  ଅଟକ କରିଥିଲେ । ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମଦ୍ଵାର  ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା  ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ , ପଶ୍ଚିମ ବର୍ଦ୍ଧମାନର ଯୁବକ ଥାନାରେ ଅଟକ  ।  ଥାନାରେ ଅଟକ ରଖାଯାଇ ମୋବାଇଲ କୁ ଯାଞ୍ଚ କରାଯାଉଛି । ଚଷମା ଜବତ କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଏ ବାବଦରେ ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି  । କେମିତି କଠୋର ଚେକିଂ ହେବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ ।  ଏହା ସହ ଯେଉଁ ମାନେ ଚଞ୍ଚକତା କରି ଶ୍ରୀମନ୍ଦିର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି , ସେମାନଙ୍କ ଉପରେ ଦଣ୍ଡ ବିଧାନ କରାଯିବ  ।  ଯେହେତୁ ଚଷମାରେ ସ୍ପାଇ କ୍ୟାମେରା ଆସୁଛି  ।  ତେଣୁ ଲୋକ ମାନେ ଯେତେବେଳେ  ସିଂହ ଦ୍ୱାର କିମ୍ବା ଅନ୍ୟ ଦ୍ଵାରରେ ପ୍ରବେଶ କରୁଛନ୍ତି ପୁଲିସ୍ ଜାଣିବା ବି କଷ୍ଟ ହେଉଛି  ।  କେବଳ ଫଟୋ ଉଠାଇବା ସମୟରେ ଲାଇଟ୍ ଜାଳିଲେ ଜାଣିହେବ  । ଏନେଇ ବିଜେଡିର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ସୁରକ୍ଷା ଏକ ସ୍ପର୍ଶକାତର ପ୍ରସଙ୍ଗ । ସାଧୁ ଉଦ୍ଦେଶ୍ୟରେ କେହି କ୍ୟାମେରା ନେଇ ଯାଏନି। ମନ୍ଦ ଉଦ୍ଦେଶ୍ୟ ଅଛି  । ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି । ସ୍ପାଏ କ୍ୟାମେରା ନେଇ ମନ୍ଦିର ଯାଉଛନ୍ତି । ଆମର ଡିକ୍ଟେକ୍ଟର ଲାଗିଛି , ଯଦି ସେ ମେସିନ ଧରିପାରୁନି ଲାଗିଛି କାହିଁକି  ।  ସୁରକ୍ଷା ରେ ଏହା ପରମ ଅବହେଳା ଏବଂ ଦୁର୍ଭାଗ୍ୟଜନ କ। ଶ୍ରୀମନ୍ଦିର ସୁରକ୍ଷା ଏକ ସ୍ପର୍ଶକାତର ପ୍ରସଙ୍ଗ। ସରକାର ଖାମଖିଆଲ ନିଅନ୍ତୁ ନାହିଁ ।  ବେଳହୁଁ ସାବଧାନ ହୁଅନ୍ତୁ  ।  ସାଧୁ ଉଦ୍ଦେଶ୍ୟରେ କେହି କ୍ୟାମେରା ନେଇ ଯାଏନି । ମନ୍ଦ ଉଦ୍ଦେଶ୍ୟ ଅଛି । ଏମାନଙ୍କୁ ସମୁଚିତ ଶାସ୍ତି ଦିଅନ୍ତୁ । ବିଜେଡି ଚୁପ୍ ରହିବ ନାହିଁ।