୧୫ରୁ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ କମିବ ରାତି ତାପମାତ୍ରା

ାା ପ୍ରଭାନୁ୍ୟଜାା ଭୁବନେଶ୍ୱର : ଏଯାଏଁ ସେଭଳି ଶୀତ ଅନୁଭୂତ ହୋଇନାହିଁ  । କିନ୍ତୁ ଆସନ୍ତା ନଭେମ୍ବର ୧୫ରୁ ରାଜ୍ୟରେ ଶୀତ ବଢ଼ିବ  । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । 
ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝରରେ ବର୍ଷାର ସମ୍ଭାବନା ରହିଛି  । ଏହା ପରଦିନ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷାର ସମ୍ଭାବନା ଅଛି  । ତେବେ ୧୩ରେ ପାଗ ମୁଖ୍ୟତଃ ଶୁଖିଲା ରହିବ  । ଆସନ୍ତା ୧୫ରୁ ରାତି ତାପମାତ୍ରା ୨-୪ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି  । ଆଉ ମୌସୁମୀ ବର୍ଷା ନଥିବାରୁ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ  ।