ରଥଯାତ୍ରା ପାଇଁ ମନ୍ତ୍ରୀସ୍ତରୀୟ କମିଟି

rathajatra

ରଥଯାତ୍ରା ପାଇଁ ମନ୍ତ୍ରୀସ୍ତରୀୟ କମିଟି

ପ୍ରଭାତୀ ଅଧ୍ୟକ୍ଷା, ୪ ମନ୍ତ୍ରୀ ସଭ୍ୟ
ଭୁବନେଶ୍ୱର : ଆଗାମୀ ରଥଯାତ୍ରାକୁ ଆଖିଆଗରେ ରଖି ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି  । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୪ ଜଣ ମନ୍ତ୍ରୀ ଅଛନ୍ତି  । ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କମିଟିରେ ରହିଛନ୍ତି  । ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଏହାର ଆବାହକ ରହିଛନ୍ତି  ।