ବ୍ୟାସ ସରୋବରରୁ ଶହଶହ ଟ୍ରିପ ମୋରମ ଲୁଟ୍ 

 ବ୍ୟାସନଗର: ରାତା ରାତି ବ୍ୟାସ ସରୋବରରୁ ଶହଶହ ଟ୍ରିପ ମୋରମ ଲୁଟିନେଲେ ଲୁଟେରା । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପର୍ଯ୍ୟଟନ ସ୍ତଳ ବ୍ୟାସ ସରୋବରକୁ ଆକର୍ଷଣୀୟ କରାଯିବା ସହ ସରୋବର ପାଶ୍ୱର୍ବର୍ତି ଅଞ୍ଚଳକୁ ଜଙ୍ଗଲମୟ କରିବାକୁ ବି କୋଟି କୋଟି ଟଙ୍କା ବିନିଯୋଗ ହେଉଛି । କିନ୍ତୁ ବ୍ୟାସ ସରୋବର ଛାତିକୁ ଚିରି ଲୁଟେରା ମୋରମ ଲୁଟ କରିବାକୁ କୁଣ୍ଠାବୋଧ କରି ନାହାନ୍ତି । ପ୍ରଶାସନର କୋହଳ ମନୋଭାବ କାରଣରୁ ଲୁଟେରା ଜଙ୍ଗଲକୁ କାଟି ମୋରମ ଲୁଟିବାରେ ଲାଗିଛନ୍ତି । ଗଲା ଦୁଇଦିନ ଧରି ଲୁଟେରା ଶହଶହ ଟ୍ରିପ୍ ମୋରମ ଲୁଟି ନେଇ ରେଲୱେ ପ୍ରୋଜେକ୍ଟକୁ ବିକ୍ରି କରିଥିବାର ଅଭିଯୋଗ ଆସୁଛି । ଯେତେ ବେଳେ ବ୍ୟାସ ସରୋବରକୁ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଣତ କରିବାକୁ କୋଟି କୋଟି ଯୋଗାଇ ଦେଉଛନ୍ତି, ସେତେ ବେଳେ ମୋରମ ଲୁଟୁଥିବା ଲୁଟେରାଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗେଇ ନଆସିବା ଘଟଣା ସଚେତନ ନାଗରିକଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । କ୍ଷେତ୍ରସ୍ଥଳରୁ ମିଳିଥିବା ତଥ୍ୟ ମତେ ଯେଉଁ ସ୍ଥାନରେ ବ୍ୟାସ ମହୋସôବ ମଞ୍ଚ ନିର୍ମାଣ ହୋଇଛି, ଠିକ୍ ତାର ପଛପଟୁ ଶହଶହ ଟ୍ରପ୍ ମୋରମ ଚୋରି କରି ନିଆଯାଇଛି । ସରୋବର ଅଞ୍ଚଳର ମାଟି ତଳେ ମୋରମ ଗଛିତ ଥିବାରୁ ଲୁଟେରା ସୁଯୋଗ ମିଳିଲା ମାତ୍ରେ ରାତାରାତି ଲୁଟି ନେଇଥାନ୍ତି । ଏହିକ୍ରମେ ମୁଣ୍ଡ ଟେକିଥିବା କାଜୁ ଏବଂ ଅନ୍ୟାନ୍ୟ ଗଛକୁ କାଟି ଲୁଟେରାମେସିନ ଲଗାଇ ମୋରମ ଉତ୍ତୋଳନ କରିବା ପରେ ତାହାକୁ ହାଇୱା ଯୋଗେ ନିକଟରେ ଚାଲିଥିବା ରେଲୱେ ପ୍ରୋଜେକ୍ଟକୁ ବିକ୍ରି କରୁଛନ୍ତି । ରେଲୱେ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପାଇଁ ସାମଗ୍ରୀ ଯୋଗାଉଥିବା ସଂସ୍ଥା ଲୁଟେରାଙ୍କୁ ହାତ କରି ଶହଶହ ଟ୍ରିପ ମୋରମ ବୋହି ନେଇଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଉକ୍ତ ସ୍ଥାନଟି ଏକ ବିରାଟ ଗର୍ତ ସୃଷ୍ଟି ହୋଇଛି । ଯାହା କୈ÷ାଣସିବି ସମୟରେ ବିପଦର କାରଣ ପାଲଟିବାର ଆଶଙ୍କା ରହିଛି । ସ୍ଥାନୀୟ ତହସିଲ ପ୍ରଶାସନ, ପୁଲିସ, ଖଣି ବିଭାଗର ବାବୁ ମାନେ ସବୁଜାଣି ଚୁପ ରହୁଛନ୍ତି ।