ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବ୍ରହ୍ମବରଦା : ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତ କାକୁଡିକୁଦ-ନୀଳକଣ୍ଠପୁର ଗ୍ରାମରେ ବହୁ ପ୍ରତୀକ୍ଷିତ ପ୍ରଭୂ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ସକାଳୁ ବିଦ୍ୱାନ ପଣ୍ଡିତ ଡ.ପ୍ରଭଞ୍ଜନ ପତିଙ୍କ ମନ୍ତ୍ର ଧ୍ୱନିରେ ମୁଖ୍ୟକର୍ତା ଅଜୟ କୁମାର ସାହୁ ଓ ତାଙ୍କ ସହଧର୍ମିଣୀ ମଧୁଶ୍ରୀ ସାହୁଙ୍କ ପରୋକ୍ଷ ତତ୍ୱଧାନରେ ଗ୍ରାମର ସତାଧିକ ମହିଳା ଓ ପୁରୁଷ କଳସଧାରୀ ବ୍ରାହ୍ମଣୀ ନଦୀରୁ ଜଳ ଉଠାଇ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ଯଜ୍ଞ ମଣ୍ଡପ ନିକଟରେ କଳସ ସ୍ଥାପନ କରିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା । ଏହା ଦୀର୍ଘ ୫ ଦିନ ଧରି ଚାଲୁ ରହିବା ସହ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉତ୍ସବରେ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦାନ କରି ବିଭୁକୃପା ଲାଭ କରିଥିବାର ଦେଖିବାକୁ ମିଳିଛି ।