ମହିଳାଙ୍କୁ ଭୁଜାଲିଲେ ହାଣି ଦୁର୍ବୃତ୍ତ ଲୁଟିନେଲେ ସୁନାଗହଣା

ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୟାକଣୀଡ଼ିହି ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ପରମେଶ୍ୱର ସାହୁଙ୍କ ବୋହୂଙ୍କୁ ଭୁଜାଲିରେ ହାଣି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌ କରିଛନ୍ତି। ମହିଳା ବାଧା ଦେବାରୁ ତାଙ୍କ ମୁଣ୍ଡକୁ ଭୁଜାଲିର ହାଣି ଦେଇଛନ୍ତି, ଆହତ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଛି, ସେହିପରି ରହିମପୁର ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ଘର କବାଟ ଭାଙ୍ଗି ତାଙ୍କ ଆଟାଚରେ ଥିବା ସୁନା ଗହଣା ଲୁଟି ନେଇଛନ୍ତି।